Below header

ଢେଙ୍କାନାଳ ମୀନାବଜାରର ଏକ ଘରୋଇ କ୍ଲିନିକରେ ଭୁଲ ଇଞ୍ଜେକ୍‌ସନରୁ ରୋଗୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ ଟାଉନ ଥାନାରେ ଏତଲା ଦାଏର

ଢେଙ୍କାନାଳ(କେନ୍ୟୁଜ୍): ଭୁଲ ଇଞ୍ଜେକ୍‌ସନରୁ ମୃତ୍ୟୁ ଅଭିଯୋଗ । ଢେଙ୍କାନାଳ ମୀନାବଜାରର ଏକ ଘରୋଇ କ୍ଲିନିକରେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ବଉଳପୁର ଗ୍ରାମର ଅମିତ କୁମାର ଜେନା ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲେ । ଡାକ୍ତର ତାଙ୍କୁ ଇଞ୍ଜେକ୍‌ସନ ଦେଇ ଘରକୁ ଫେରାଇ ଦେଇଥିଲେ । ତେବେ ସେ ପୁଣି ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ସରସ୍ୱତୀ କ୍ଲିନିକରେ ଭର୍ତ୍ତି କରି ଡାକ୍ତର ସାଲାଇନ ଦେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଡାକ୍ତରଙ୍କ ଭୁଲ ଇଂଜେକ୍‌ସନ ଯୋଗୁଁ ଅମିତଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଏନେଇ ଟାଉନ ଥାନାରେ ଏତଲା ମଧ୍ୟ ଦାଏର କରିଛନ୍ତି । ତେବେ ଅମିତଙ୍କର ହୃଦରୋଗ ଥାଇ ପାରେ ବୋଲି କହିଛନ୍ତି ଡାକ୍ତର । ପ୍ରାଥମିକ ଭାବେ ତାଙ୍କୁ ପେନକିଲର ଦିଆଯାଇଥିଲା । କିନ୍ତୁ ରକ୍ତଚାପ କମିବା ଫଳରେ ତାଙ୍କୁ ସେ ସାଲାଇନ ଦେଇଥିଲେ ବୋଲି ସଫେଇ ଦେଇଛନ୍ତି ଡାକ୍ତର । ତାଙ୍କ ପକ୍ଷରୁ ଚିକିତ୍ସାରେ କୌଣସି ଅବହେଳା କରାଯାଇନଥିବା ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.