Below header

ଆସନ୍ତା ମାର୍ଚ୍ଚ ୨୮ରୁ ଝାରସୁଗୁଡ଼ାରୁ ମୁମ୍ବାଇକୁ ଉଡ଼ିବ ବିମାନ, ସୂଚନା ଦେଲେ ବିମାନବନ୍ଦର ନିର୍ଦ୍ଦେଶକ ଏସକେ ଚୌହାନ

ଝାରସୁଗୁଡ଼ା(କେନ୍ୟୁଜ୍): ଝାରସୁଗୁଡ଼ାରୁ ମୁମ୍ବାଇକୁ ଉଡ଼ିବ ବିମାନ। ଆସନ୍ତା ମାର୍ଚ୍ଚ ୨୮ରୁ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇକୁ ବିମାନ ଉଡ଼ିବ ବୋଲି ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ଏସକେ ଚୌହାନ। ଏହି ରୁଟରେ ବିମାନ ଚଳାଚଳ ପାଇଁ ଅନୁମୋଦନ ମିଳିସାରିଛି। ଆସନ୍ତା ମାର୍ଚ୍ଚ ୨୮ରୁ ଏହି ସେବା ଆରମ୍ଭ ହେବ। ମୁମ୍ବାଇରୁ ବିମାନ ଝାରସୁଗୁଡ଼ା ଆସି ପୁଣି ମୁମ୍ବାଇ ଫେରିବାର ଯୋଜନା ରହିଛି। ଏଥିପାଇଁ ଦିଲ୍ଲୀ ସେକ୍ଟରକୁ ଚଳାଚଳ କରୁଥିବା ଏକ ବଡ଼ ବୋଇଂ ବିମାନ ୭୩୭ରେ ଏହି ସେବା ଆରମ୍ଭ ହୋଇପାରେ ବୋଲି ସେ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.