ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଛି କରୋନା ଭାଇରସ୍‌: ଚୀନ୍‌ରେ ୧୭୦ ଜଣଙ୍କ ମୃତ୍ୟୁ, ୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ

କେନ୍ଯୁଜ୍: ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବା କରୋନା ଭାଇରସ୍‌ ଚୀନ୍‌ରେ ୧୭୦ ଜଣଙ୍କ ଜୀବନ ନେଲାଣି । ୭ ହଜାରରୁ ଅଧିକ ଲୋକ ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ୧୩ଟି ଦେଶକୁ ଭାଇରସ୍‌ ବ୍ୟାପିଥିବା ବେଳେ ଭାରତ ସମେତ ଅନେକ ରାଷ୍ଟ୍ରରେ ଭାଇରସ୍‌ ବ୍ୟାପିବା ଆଶଙ୍କା ରହିଛି । ସେପଟେ ପରିସ୍ଥିତିର ଗମ୍ଭୀରତାକୁ ଦେଖି ଆଜି ଜରୁରୀ ବୈଠକ ଡାକିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO । ଜେନେଭାରେ ହେବାକୁ ଥିବା ବୈଠକରେ ମହାମାରୀକୁ ବିଶ୍ୱ ସ୍ୱାସ୍ଥ୍ୟ ଏମରଜେନ୍ସି ଘୋଷଣା ନେଇ ଆଲୋଚନା କରାଯିବ ।

corona virus ପୂର୍ବରୁ ଏହା ହାଇ ନୁହଁ ମାଡେରେଟ୍‌ ବୋଲି କୁହାଯାଇଥିଲା । ଆଜି ଇଣ୍ଟରନେସନାଲ ହେଲ୍‌ଥ ରେଗୁଲେସନ୍‌ ଏମରଜେନ୍ସିଂ କମିଟିର ପୁଣି ଥରେ ବୈଠକ ଡକାଯାଇଥିବା କହିଛନ୍ତି WHOର ଡାଇରେକ୍ଟର ଜେନେରାଲ ଟେଡ୍ରୋସ ଏଡମୋନ୍‌ । WHO ହେଲ୍‌ଥ ଏମରଜେନ୍ସି ପ୍ରୋଗ୍ରାମ ଏଗ୍‌ଜିକ୍ୟୁଟିଭ୍‌ ଡିରେକ୍ଟର ମାଇକେଲ ରାୟନ କହିଛନ୍ତି, ପୂରା ବିଶ୍ୱରେ ଏବେ ଆଲର୍ଟ ହେବା ସହ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

Leave A Reply

Your email address will not be published.