ଫାଶୀର ଫାନ୍ଦରୁ ବର୍ତ୍ତିବାକୁ ଦୋଷୀଙ୍କ ନାନା ବାହାନା, ନିର୍ଭୟା ଗଣଦୁଷ୍କର୍ମ ଅଭିଯୁକ୍ତ ବିନୟ ଶର୍ମାର ରାଜକ୍ଷମା ଆବେଦନ

ନୂଆଦିଲ୍ଲୀ(କେନ୍ୟୁଜ୍): ଫାଶୀର ଫାନ୍ଦରୁ ବର୍ତ୍ତିବାକୁ ଦୋଷୀଙ୍କ ନାନା ବାହାନା । ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବାକୁ ନିର୍ଭୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମା କରିଛି ରାଜକ୍ଷମା ଆବେଦନ । ପୂର୍ବରୁ ବିନୟ ସୁପ୍ରିମକୋର୍ଟରେ ଦୟା ଆବେଦନ ଦାଖଲ କରି ନିରାଶ ହୋଇଥିଲା । ବିନୟ ଓ ମୁକେଶ ହିଁ ପ୍ରଥମେ ଦୟା ଆବେଦନ ଦାଖଲ କରିଥିଲେ । ଏହା ଖାରଜ ହେବା ପରେ ମୁକେଶ ରାଜକ୍ଷମା ଆବେଦନ କରିଥିଲା । ହେଲେ ରାଷ୍ଟ୍ରପତି ରାଜକ୍ଷମା ଖାରଜ କରିବା ପରେ ବିନୟ ରାଜକ୍ଷମା ଆବେଦନ କରିଛି । ସେ ଫାଶୀଦଣ୍ଡକୁ ଆଜୀବନ ଜେଲ ଦଣ୍ଡରେ ପରିଣତ କରିବାକୁ ନିବେଦନ କରିଥିବା ଆବେଦନକାରୀଙ୍କ ଓକିଲ ଏପି ସିଂହ ସୂଚନା ଦେଇଛନ୍ତି ।

nirvayaସେପଟେ ଅକ୍ଷୟର କ୍ୟୁରେଟିଭ୍ ପିଟିସନ୍ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଏହା ପରେ ସେ ମଧ୍ୟ କ୍ଷମା ଆବେଦନ ଦାଖଲ କରିପାରିବେ ବୋଲି କୁହାଯାଉଛି । ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବିନୟ ଶର୍ମା ସହ ମୁକେଶ ସିଂ, ଅକ୍ଷୟ ସିଂହ ଠାକୁର ଓ ପବନ ଗୁପ୍ତାଙ୍କୁ ଫାଶୀ ପାଇଁ ଫେବୃଆରି ୧କୁ ଡେଥ ୱାରେଣ୍ଟ ଜାରି ହୋଇଛି । ହେଲେ ଏହାକୁ ବିଳମ୍ବିତ କରିବାକୁ ଦୋଷୀମାନେ ଗୋଟିକ ପରେ ଗୋଟିଏ ଆବେଦନ କରି ଚାଲିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.