Categories: ରାଜ୍ୟ

ପାଟଣାଗଡ଼ : ଖରିଆରରୁ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଦ୍ଧାର କଲା ପାଟଣାଗଡ଼ ପୋଲିସ

ପାଟଣାଗଡ଼(କେନ୍ୟୁଜ୍) : ପାଟଣାଗଡ଼ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବର ଉଦ୍ଧାର। ଜୟକାନ୍ତ ଶବରଙ୍କୁ ଖରିଆରରୁ ଉଦ୍ଧାର କଲା ପାଟଣାଗଡ଼ ପୋଲିସ। ଉଦ୍ଧାର ପରେ ପୋଲିସ ଜେଇଙ୍କୁ ଆଣି ପାଟଣାଗଡ଼ ଘରେ ଛାଡିଛି। ଉଦ୍ଧାରବେଳେ ପୋଲିସ ସହ ନିଜେ ପାଟଣାଗଡ଼ ବିଧାୟକ ସରୋଜ ମେହେର ଉପସ୍ଥିତ ଥିଲେ। ଗତକାଲି ଜେଇଙ୍କ ନିଖୋଜ ନେଇ ଏତଲା ଦାୟର କରିଥିଲେ ତାଙ୍କ ପତ୍ନୀ। ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଏକ ଭିଡ଼ିଓ ଭାଇରାଲ୍‌ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା ବିଧାୟକଙ୍କ ଦବଙ୍ଗଗିରି ।

PWD ଅଫିସରଙ୍କୁ ରାଜରାସ୍ତାରେ ଧମକାଉଥିବା ସହ ବସ୍‌ ଉଠ୍‌ କରାଉଥିବା ଦୃଶ୍ୟ ଭାଇରାଲ୍‌ ହୋଇଥିଲା। ରାସ୍ତା ନିର୍ମାଣରେ ନିମ୍ନ ମାନର କାମ ହୋଇଥିବା ଅଭିଯୋଗ କରି ବିଧାୟକ ଏପରି କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବଲାଙ୍ଗିର ଜିଲ୍ଲାପାଳ। ବିଧାୟକ ଉଠ୍‌ ବସ୍‌ କରାଇଥିବା କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ମଧ୍ୟ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେ ଏତଲାରେ ଦର୍ଶାଇଥିଲେ ଯେ, ବିଧାୟକ ଓ ତାଙ୍କ କର୍ମୀ ତାଙ୍କ ସ୍ୱାମୀଙ୍କୁ ଘରୁ ଡ଼ାକି ନେଇଥିଲେ। ଏହାପରେ ବିଧାୟକ କନିଷ୍ଠ ଯନ୍ତ୍ରୀଙ୍କ ପ୍ରତି ଆପତ୍ତିଜନର ବ୍ୟବହାର ପ୍ରଦର୍ଶନ କରିଥିଲେ।

KNews Bureau

Recent Posts

ଜୁନ୍ ୭ରୁ ‘ଭୁବନେଶ୍ୱର ଚଳଚ୍ଚିତ୍ର ମହୋତ୍ସବ’, ଓଡ଼ିଆ ସିନେମାର ୯ ଦଶନ୍ଧି ଯାତ୍ରା ଉପରେ ହେବ ସ୍ପେଶାଲ ସ୍କ୍ରିନିଂ

ଜୁନ୍ ୭ରୁ ଭୁନେଶ୍ୱରର ଜୟଦେବ ଭବନରେ ଆୟୋଜିତ ହେବାକୁ ଯାଉଛି ‘ଭୁବେନଶ୍ୱର ଚଳଚ୍ଚିତ୍ର ମହୋତ୍ସବ (BFF)’ । ଏହା ଜୁନ୍…

3 mins ago

‘ନୀତୀଶ କୁମାରଙ୍କ ନେତୃତ୍ୱରେ ଲଢ଼ିବୁ ବିହାର ବିଧାନସଭା ନିର୍ବାଚନ’: ବିଜେପିର ବଡ଼ ଘୋଷଣା

୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି । କେନ୍ଦ୍ରରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି…

15 mins ago

ପବିତ୍ର ସାବିତ୍ରୀ ବ୍ରତ ପାଇଁ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ଆଜି ପବିତ୍ର ସାବିତ୍ରୀ ବ୍ରତ । ଏହା ସମସ୍ତ ସଧବା ନାରୀଙ୍କ ପାଇଁ ସ୍ୱତନ୍ତ୍ର ଦିନଟିଏ । ଏଥିପାଇଁ ଯାଜପୁରର…

19 mins ago

ଗାଁରେ ବଢ଼ିବାରେ ଲାଗିଛି ତାଳସଜର ଚାହିଦା, ଗରିବ ଲୋକଙ୍କୁ ଯୋଗାଉଛି ରୋଜଗାରର ପନ୍ଥା

ପୁରୁଷୋତ୍ତମପୁର (କେନ୍ୟୁଜ): ଖରାଦିନ ଆସିଲେ ଶରୀରକୁ ଅଧିକ ପରିମାଣରେ ଜଳର ଆବଶ୍ୟକତା ରହିଥାଏ ସେଥିପାଇଁ ତ ଲୋକେ ତରଭୁଜ, ଆମ୍ବ,…

1 hour ago

ଡୁଙ୍ଗୁରିପାଲି ସହରରେ ବଡ଼ ଧରଣର ଲୁଟ, ବନ୍ଧୁକ ମୁନରେ ଲୁଟିଲେ ୫ ଲକ୍ଷ

ବିନିକା (କେନ୍ୟୁଜ): ବେଧଡ଼କ ଲୁଟ କରୁଛନ୍ତି ଲୁଟେରା । ଦିନ ଦ୍ୱିପ୍ରହରରେ ବନ୍ଧୁକ ମୁନରେ କରୁଛନ୍ତି ଲୁଟ । ନା…

1 hour ago

ନଦୀକୁ ଗାଧୋଇବାକୁ ଯାଇ ଘରକୁ ଫେରି ନଥିଲେ ଭାଇଭଉଣୀ

ନୟାଗଡ : ମେଡିକାଲ ବେଡରେ ଶୋଇରହିଛନ୍ତି ପୁଅ ଝିଅ । ଛୁଆ ଦୁହିଁଙ୍କ ଶବକୁ ଧରି ଭୋ ଭୋ ହୋଇ…

2 hours ago