ପାଟଣାଗଡ଼ : ଖରିଆରରୁ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଦ୍ଧାର କଲା ପାଟଣାଗଡ଼ ପୋଲିସ

ପାଟଣାଗଡ଼(କେନ୍ୟୁଜ୍) : ପାଟଣାଗଡ଼ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବର ଉଦ୍ଧାର। ଜୟକାନ୍ତ ଶବରଙ୍କୁ ଖରିଆରରୁ ଉଦ୍ଧାର କଲା ପାଟଣାଗଡ଼ ପୋଲିସ। ଉଦ୍ଧାର ପରେ ପୋଲିସ ଜେଇଙ୍କୁ ଆଣି ପାଟଣାଗଡ଼ ଘରେ ଛାଡିଛି। ଉଦ୍ଧାରବେଳେ ପୋଲିସ ସହ ନିଜେ ପାଟଣାଗଡ଼ ବିଧାୟକ ସରୋଜ ମେହେର ଉପସ୍ଥିତ ଥିଲେ। ଗତକାଲି ଜେଇଙ୍କ ନିଖୋଜ ନେଇ ଏତଲା ଦାୟର କରିଥିଲେ ତାଙ୍କ ପତ୍ନୀ। ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଏକ ଭିଡ଼ିଓ ଭାଇରାଲ୍ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା ବିଧାୟକଙ୍କ ଦବଙ୍ଗଗିରି ।
PWD ଅଫିସରଙ୍କୁ ରାଜରାସ୍ତାରେ ଧମକାଉଥିବା ସହ ବସ୍ ଉଠ୍ କରାଉଥିବା ଦୃଶ୍ୟ ଭାଇରାଲ୍ ହୋଇଥିଲା। ରାସ୍ତା ନିର୍ମାଣରେ ନିମ୍ନ ମାନର କାମ ହୋଇଥିବା ଅଭିଯୋଗ କରି ବିଧାୟକ ଏପରି କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବଲାଙ୍ଗିର ଜିଲ୍ଲାପାଳ। ବିଧାୟକ ଉଠ୍ ବସ୍ କରାଇଥିବା କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ମଧ୍ୟ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେ ଏତଲାରେ ଦର୍ଶାଇଥିଲେ ଯେ, ବିଧାୟକ ଓ ତାଙ୍କ କର୍ମୀ ତାଙ୍କ ସ୍ୱାମୀଙ୍କୁ ଘରୁ ଡ଼ାକି ନେଇଥିଲେ। ଏହାପରେ ବିଧାୟକ କନିଷ୍ଠ ଯନ୍ତ୍ରୀଙ୍କ ପ୍ରତି ଆପତ୍ତିଜନର ବ୍ୟବହାର ପ୍ରଦର୍ଶନ କରିଥିଲେ।