ରାଜ୍ୟ

ପୋଲିସ ଏସ୍‌ଆଇଙ୍କ ଉପରେ ମାଡ଼ିଗଲା ହାଇୱା, ହସ୍ପିଟାଲ ନେବା ବାଟରେ ଉଡ଼ିଗଲା ପ୍ରାଣବାୟୁ

ଭଦ୍ରକ(କେନ୍ୟୁଜ୍‌) : ପୋଲିସ ଏସ୍‌ଆଇଙ୍କ ଉପରେ ମାଡ଼ିଗଲା ହାଇୱା। ଗୁରୁତର ଅବସ୍ଥାରେ କଟକ ନିଆଯିବା ବେଳେ ବାଟରେ ମୃତ୍ଯୁ।  ମୃତକ ହେଲେ ଭଦ୍ରକ ରିଜର୍ଭ ପୋଲିସର ଏସ୍‌ଆଇ ସୁଜିତ୍ ପାଣ୍ଡବ (୪୭)। ଘର ଭଦ୍ରକ ଚରମ୍ପାରେ।

ସୂଚନା ମୁତାବକ, ଶୁକ୍ରବାର ଭୋର୍‌ ପ୍ରାୟ ୪ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥର ନଳାଙ୍ଗ ନିକଟ ଚିଙ୍ଗୁଡ଼ିପୁର ଛକଠାରେ ଟ୍ରାଫିକ୍ ଜାମ୍ ହୋଇଥିବା ଖବର ପାଇ ଭଦ୍ରକ ପୋଲିସର ହାଇୱେ ପାଟ୍ରୋଲିଂ ଟିମ୍‌ ସେଠାରେ ପହଞ୍ଚିଥିଲେ। ଏହି ଟିମ୍‌ରେ ଥିଲେ ରିଜର୍ଭ ପୋଲିସର ଏସ୍‌ଆଇ ସୁଜିତ୍ ପାଣ୍ଡବ। ରାସ୍ତାରେ ଠିଆହୋଇ ଟ୍ରକ୍‌ ଗୁଡ଼ିକୁ ପାସ୍‌ କରାଉଥିବା ବେଳେ ହଠାତ୍ ଏକ ହାଇୱା ଟ୍ରକ୍ ତାଙ୍କ ଉପରେ ଚଢ଼ିଯାଇଥିଲା।

ଘଟଣାସ୍ଥଳରେ ଗୁରୁତର ଭାବେ ଆହତ ହୋଇଥିବା ସୁଜିତଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯିବା ସମୟରେ ପାଣିକୋଇଲି ଛକ ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଭଦ୍ରକ ଚରମ୍ପାସ୍ଥିତ ବାସଭବନରେ ମୃତଦେହ ପହଞ୍ଚିବା ପରେ ଜିଲ୍ଲା ପୋଲିସର ବହୁ ବରିଷ୍ଠ ଅଧିକାରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେନାରୁ ଅବସର ପରେ ସୁଜିତ୍ ଭଦ୍ରକ ରିଜର୍ଭ ପୁଲିସରେ ଏସ୍‌ଆଇ ଭାବେ ନିଯୁକ୍ତି ପାଇଥିଲେ।

Sonalisa

Recent Posts

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

19 mins ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

32 mins ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

51 mins ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

57 mins ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

1 hour ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

1 hour ago