Categories: ରାଜ୍ୟ

୧୦୦ରେ ଫୋନ୍‌ କଲେ ରକ୍ତଦାନ କରିବେ ପୋଲିସ୍‌ କର୍ମଚାରୀ

ସୁନ୍ଦରଗଡ଼ (କେ ନ୍ୟୁଜ୍‌) : ଆପଣଙ୍କ ରୋଗୀକୁ ରକ୍ତ ଦରକାର କି ? ତେବେ ଏଥିରେ ସହାୟତା କରିବ ପୋଲିସ୍‌ । ଅର୍ଥାତ୍‌ ଆମ ପୋଲିସ୍‌ କର୍ମୀ ରକ୍ତ ଯୋଗାଇ ଦେବେ । ତାହା ପୁଣି ନିଜେ ଦେବେ । ଏଭଳି ଏକ ଲୋକାଭିମୁଖୀ ଘୋଷଣା କରିଛନ୍ତି ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ର । ଅବଶ୍ୟ ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲାରୁ ହିଁ ଏହି ଅଭିଯାନ ଆରମ୍ଭ ହୋଇଛି ।

ଆଜି ସୁନ୍ଦରଗଡ଼ ରିଜର୍ଭ ହସପିଟାଲରେ ସ୍ଥାନୀୟ ପୋଲିସ୍‌ ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏବଂ ଏସ୍‌ପି ସୌମ୍ୟା ମିଶ୍ର ଯୋଗ ଦେଇ ନିଜେ ରକ୍ତଦାନ କରିଥିଲେ । ଏହା ସହିତ ୬୦ରୁ ଅଧିକ ପୋଲିସ୍‌ କର୍ମଚାରୀ ମଧ୍ୟ ରକ୍ତଦାନ କରିଥିଲେ ।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଜିଲ୍ଲାରେ ୮୫୦ ଜଣ ପୋଲିସ୍‌ କର୍ମଚାରୀଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଯେଉଁମାନେ ତୁରନ୍ତ ରକ୍ତଦାନ କରି ପାରିବେ । ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତି କିମ୍ବା ତାଙ୍କ ପରିବାର ଲୋକେ ୧୦୦ ନମ୍ବରରେ ଫୋନ୍‌ କରି ପାରିବେ କିମ୍ବା ଫେସ୍‌ବୁକ୍‌ ଓ ଟ୍ଵିଟରରେ ମଧ୍ୟ ଯୋଗାଯୋଗ କରି ପାରିବେ । ମୋ ସରକାର ଯୋଜନା ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ପ୍ରଥମ କରି ସୁନ୍ଦରଗଡ଼ ଜିଲ୍ଲାରେ ଲାଗୁ କରାଯାଇଛି । ଏହାକୁ ନେଇ ପୋଲିସ୍‌ କର୍ମଚାରୀମାନେ ମଧ୍ୟ ଉତସାହିତ ଅଛନ୍ତି ।

KNews Bureau

Recent Posts

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

4 mins ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

38 mins ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

2 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

2 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

2 hours ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

2 hours ago