Below header

୧୦୦ରେ ଫୋନ୍‌ କଲେ ରକ୍ତଦାନ କରିବେ ପୋଲିସ୍‌ କର୍ମଚାରୀ

ସୁନ୍ଦରଗଡ଼ (କେ ନ୍ୟୁଜ୍‌) : ଆପଣଙ୍କ ରୋଗୀକୁ ରକ୍ତ ଦରକାର କି ? ତେବେ ଏଥିରେ ସହାୟତା କରିବ ପୋଲିସ୍‌ । ଅର୍ଥାତ୍‌ ଆମ ପୋଲିସ୍‌ କର୍ମୀ ରକ୍ତ ଯୋଗାଇ ଦେବେ । ତାହା ପୁଣି ନିଜେ ଦେବେ । ଏଭଳି ଏକ ଲୋକାଭିମୁଖୀ ଘୋଷଣା କରିଛନ୍ତି ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ର । ଅବଶ୍ୟ ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲାରୁ ହିଁ ଏହି ଅଭିଯାନ ଆରମ୍ଭ ହୋଇଛି ।

SOUMYA MISHRA-1ଆଜି ସୁନ୍ଦରଗଡ଼ ରିଜର୍ଭ ହସପିଟାଲରେ ସ୍ଥାନୀୟ ପୋଲିସ୍‌ ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏବଂ ଏସ୍‌ପି ସୌମ୍ୟା ମିଶ୍ର ଯୋଗ ଦେଇ ନିଜେ ରକ୍ତଦାନ କରିଥିଲେ । ଏହା ସହିତ ୬୦ରୁ ଅଧିକ ପୋଲିସ୍‌ କର୍ମଚାରୀ ମଧ୍ୟ ରକ୍ତଦାନ କରିଥିଲେ ।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଜିଲ୍ଲାରେ ୮୫୦ ଜଣ ପୋଲିସ୍‌ କର୍ମଚାରୀଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଯେଉଁମାନେ ତୁରନ୍ତ ରକ୍ତଦାନ କରି ପାରିବେ । ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତି କିମ୍ବା ତାଙ୍କ ପରିବାର ଲୋକେ ୧୦୦ ନମ୍ବରରେ ଫୋନ୍‌ କରି ପାରିବେ କିମ୍ବା ଫେସ୍‌ବୁକ୍‌ ଓ ଟ୍ଵିଟରରେ ମଧ୍ୟ ଯୋଗାଯୋଗ କରି ପାରିବେ । ମୋ ସରକାର ଯୋଜନା ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ପ୍ରଥମ କରି ସୁନ୍ଦରଗଡ଼ ଜିଲ୍ଲାରେ ଲାଗୁ କରାଯାଇଛି । ଏହାକୁ ନେଇ ପୋଲିସ୍‌ କର୍ମଚାରୀମାନେ ମଧ୍ୟ ଉତସାହିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.