କେବଳ ଶାରୀରିକ ସମ୍ପର୍କ ବେଳେ ନୁହେଁ, ଏସବୁ କାମ ପାଇଁ ମଧ୍ୟ ବ୍ୟବହାର କରିପାରିବେ କଣ୍ଡୋମ୍‌

ସାଧାରଣତଃ କଣ୍ଡୋମ୍‌ର ବ୍ୟବହାର ଶାରୀରିକ ସମ୍ପର୍କ ବେଳେ କରାଯାଏ। ଅବାଞ୍ଛିତ ଗର୍ଭଧାରଣ ରୋକିବା ବ୍ୟତୀତ ଏହାର ବ୍ୟବହାର ଅନ୍ୟ କୌଣସି କାମ ପାଇଁ ହୁଏ ବୋଲି ବୋଧେ କେହି ଜାଣିନଥିବେ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେବଳ ସୁରକ୍ଷିତ ଯୌନ ସମ୍ପର୍କ ପାଇଁ ନୁହେଁ, କଣ୍ଡୋମ୍‌କୁ ଅନ୍ୟ କାମରେ ମଧ୍ୟ ବ୍ୟବହାର କରାଯାଇପାରିବ। ଆସନ୍ତୁ ଜାଣିବା କଣ୍ଡୋମ୍‌କୁ ଆଉ କେଉଁ କେଉଁ କାମରେ ବ୍ୟବହାର କରିହେବ:

ଜୋତା ଚମକାଏ କଣ୍ଡୋମ୍‌:

କଣ୍ଡୋମ୍‌ରେ ଥିବା ଲେଟେକ୍ସ ଆପଣଙ୍କ ଜୋତାକୁ ମଧ୍ୟ ଚମକାଇପାରିବ। କଣ୍ଡୋମ୍‌ ଲେଟେକ୍ସ ସୁ ପଲିସ୍‌ ଭାବେ ବ୍ୟବହାର ହୋଇପାରିବ। ଏହାକୁ ଜୋତା ଉପରେ ଘଷିବା ଦ୍ୱାରା ଜୋତା ନୂଆ ପରି ଚମକିଥାଏ।

ପାଣି ସଂସ୍ପର୍ଶରୁ ରକ୍ଷା କରେ:

ବର୍ଷା ତଥା ପାଣି ସଂସ୍ପର୍ଶରୁ ମୋବାଇଲ୍‌, ଘଣ୍ଟା ଆଦି ଗ୍ୟାଜେଟ୍‌କୁ ରକ୍ଷା କରିବା ପାଇଁ ଆପଣ କଣ୍ଡୋମ୍‌ର ସାହାଯ୍ୟ ନେଇପାରିବେ। କଣ୍ଡୋମ୍‌ର ଉପର ଅଂଶ ରବରର ହୋଇଥିବାରୁ ଏହାକୁ ଭେଦ କରି ପାଣି ଭିତରକୁ ଯାଇପାରେ ନାହିଁ। ଫଳରେ ଆପଣଙ୍କ ଜିନିଷ ସୁରକ୍ଷିତ ରହିଥାଏ।

ଅସ୍ତ୍ରଶସ୍ତ୍ରକୁ ସୁରକ୍ଷିତ ରଖେ:

ସେନାବାହିନୀରେ ଅସ୍ତ୍ରଶସ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ କଣ୍ଡୋମ୍‌ ବ୍ୟବହାର କରାଯାଏ। ୧୯୯୧ ମସିହାରେ ହୋଇଥିବା ଗଲ୍ଫ ଯୁଦ୍ଧ ବେଳେ ବ୍ରିଟିଶ୍‌ର ରକ୍ଷା ମନ୍ତ୍ରଣାଳୟ ନିଜ ସେନା ବାହିନୀଙ୍କ ନିକଟକୁ ପ୍ରାୟ ୫ ଲକ୍ଷ କଣ୍ଡୋମ୍‌ ପଠାଇଥିଲା। ଏହାକୁ ସେମାନେ ଅସ୍ତ୍ରଶସ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ବ୍ୟବହାର କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ମଧ୍ୟ କଣ୍ଡୋମ୍‌କୁ ଏଭଳି ଭାବେ ବ୍ୟବହାର କରାଯାଇଥିଲା।

ଅଣ୍ଡରଓ୍ଵାଟର ରେକର୍ଡିଂ ପାଇଁ:

ଓ୍ଵାଟର ପ୍ରୁଫ୍‌ ହୋଇଥିବାରୁ ଆଜିକାଲି କଣ୍ଡୋମ୍‌ର ବ୍ୟବହାର ଅଣ୍ଡର ଓ୍ଵାଟର ଫଟୋସୁଟ୍‌ ବେଳେ ମଧ୍ୟ କରାଯାଉଛି। ଏହା ଦ୍ୱାରା ଭଲ ଫଟୋ ଆସିବା ସହ ଫୋନ୍‌ ମଧ୍ୟ ସୁରକ୍ଷିତ ରହିଥାଏ।

କ୍ଷତ ସ୍ଥାନରେ ମଧ୍ୟ କରିପାରିବେ ବ୍ୟବହାର:

ହାତ ପାଦରେ କ୍ଷତ ହୋଇଥିଲେ ଗାଧୋଇବା ବେଳେ ସମସ୍ୟା ହୋଇଥାଏ। ଏଭଳି ସ୍ଥିତିରେ ଆମେ କ୍ଷତ ସ୍ଥାନକୁ ଜରି ବା କୌଣସି ଓ୍ଵାଟର ପ୍ରୁଫ୍‌ ଜିନିଷରେ ଘୋଡ଼ାଇ ରଖିଥାଉ। କିନ୍ତୁ ତାହା ଅନ୍‌ ହାଇଜିନିକ୍‌ ହୋଇଥାଏ। ଏହି ସ୍ଥାନରେ ଆପଣ କଣ୍ଡୋମ୍‌ ମଧ୍ୟ ବ୍ୟବହାର କରିପାରିବେ। ଏହା ଇନ୍‌ଫେକସନ୍‌ର ଆଶଙ୍କାକୁ କମ୍‌ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.