Below header

Tata Sky ଲଞ୍ଚ୍‌ କଲା ଆଣ୍ଡ୍ରଏଡ୍‌ ସେଟ୍‌ଅପ୍‌ ବକ୍ସ, ଏବେ ସହଜରେ ଦେଖିହେବ ସାଟେଲାଇଟ୍‌ ଚ୍ୟାନେଲ

ପ୍ରମୁଖ ଡିଟିଏଚ୍‌ ସେବା ପ୍ରଦାନକାରୀ କମ୍ପାନୀ ଟାଟା ସ୍କାଏ ନିଜର ନୂଆ ସର୍ଭିସ Tata Sky Binge+ କୁ ଭାରତରେ ଲଞ୍ଚ୍‌ କରିଛି। Tata Sky Binge+ ଏକ ଆଣ୍ଡ୍ରଏଡ୍‌ ସେଟ୍‌ଅପ୍‌ ବକ୍ସ। Tata Sky Binge+ ରେ ଆଣ୍ଡ୍ରଏଡ୍‌ର ସପୋର୍ଟ ରହିଥିବାରୁ ୟୁଜର ଏଥିରେ ସେଟ୍‌ଅପ୍‌ ବକ୍ସ ମାଧ୍ୟମରେ ସାଟେଲାଇଟ୍‌ ଚ୍ୟାନେଲ ଓ ଓଟିଟି ଆପ୍‌ ଭଳି ଆମାଜନ ପ୍ରାଇମ ଭିଡିଓ ଓ ନେଟଫ୍ଲିକ୍ସ ଦେଖିବାର ମଉକା ପାଇବେ।

Tata Sky Binge+ ର ମୂଲ୍ୟ:

Tata Sky Binge+ କୁ କମ୍ପାନୀର ଅଫିସିଆଲ ୱେବସାଇଟ୍‌ www.tatasky.com ରୁ କିଣାଯାଇପାରିବ। ଏହାର ଦାମ୍‌ ୫,୯୯୯ ଟଙ୍କା ରହିଛି। ତେବେ ଏହା କେବଳ ନୂଆ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଏହା ସହ ହଟ୍‌ଷ୍ଟାର, ଜି୫, ସନ୍‌ନେକ୍ସ ଆଦି ଆପ୍‌ ପ୍ରି ଇନ୍‌ଷ୍ଟଲଡ୍‌ ମିଳିବ। ନୂଆ ଗ୍ରାହକଙ୍କ ପାଇଁ ଏହି ସେବା ବର୍ତ୍ତମାନ ମାଗଣାରେ ମିଳୁଥିବା ବେଳେ ଏହାର ପ୍ରକୃତ ଦାମ୍‌ ରହିଛି ୨୪୯ ଟଙ୍କା। ଏଥିସହ ୟୁଜରଙ୍କୁ ୩ ମାସ ପର୍ଯ୍ୟନ୍ତ ଆମାଜନ୍‌ ପ୍ରାଇମ୍‌ର ସଦସ୍ୟତା ମଧ୍ୟ ମିଳିବ।

Tata Sky Binge+ ରେ ଆଣ୍ଡ୍ରଏଡ୍‌ ପାଇ ୯.୦ର ସପୋର୍ଟ ରହିଛି। ଏହା ସହ ମିଳୁଥିବା ରିମୋର୍ଟରେ ଗୁଗଲ ଆସିଷ୍ଟାଣ୍ଟର ସପୋର୍ଟ ମିଳିବ। ଏଥିରେ ଆପଣ ଭଏସ୍‌ ମାଧ୍ୟମରେ ଟିଭିକୁ କଣ୍ଟ୍ରୋଲ କରିପାରିବେ।

ରିପୋର୍ଟ ମୁତାବକ Tata Sky Binge+ ସେଟ୍‌ଅପ୍‌ ବକ୍ସରେ ୫୦୦୦ରୁ ଊର୍ଦ୍ଧ୍ୱ ଆପ୍‌ ଓ ଗେମ୍‌କୁ ଡାଉନ୍‌ଲୋଡ୍‌ କରିବା ସୁବିଧା ରହିଛି। ଏହାକୁ ୟୁଜର ଗୁଗଲ ପ୍ଲେ ଷ୍ଟୋରରୁ ସହଜରେ ଡାଉନ୍‌ଲୋଡ୍‌ କରିପାରିବେ। ଏହି ସେଟ୍‌ ଅପ୍‌ ବକ୍ସରେ ୨ ଜିବି ରାମ୍‌ ଓ ୮ ଜିବି ଷ୍ଟୋରେଜ୍‌ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.