ବଜାରକୁ ଆସିଲା ନୂଆ ବର୍ଷର ସବୁଠାରୁ ଶସ୍ତା ସ୍ମାର୍ଟଫୋନ୍‌, ମିଳିବ ଫେସ୍‌ ଅନ୍‌ଲକ୍‌ ଫିଚର

ନୂଆ ବର୍ଷ ଆରମ୍ଭରେ ସ୍ମାର୍ଟଫୋନ୍‌ ନିର୍ମାତା ‘itel’ ଭାରତରେ ସବୁଠାରୁ ଶସ୍ତା ସ୍ମାର୍ଟଫୋନ୍‌ A25 (itel A25) ଲଞ୍ଚ୍‌ କରିଛି। ଲୋକଙ୍କୁ ଏହି ଫୋନ୍‌ରେ ଦମ୍‌ଦାର କ୍ୟାମେରା, ବ୍ୟାଟେରି ଏବଂ ପ୍ରୋସେସରର ସପୋର୍ଟ ମିଳିବ। ଏହାପୂର୍ବରୁ କମ୍ପାନୀ ବଜାରରେ କେତେକ ସ୍ମାର୍ଟଫୋନ୍‌ ଛାଡ଼ିଥିଲା, ଯାହାର ବମ୍ପର ସେଲ୍‌ ହୋଇଥିଲା। ଏହାଛଡ଼ା କମ୍ପାନୀ ଗ୍ରାହକମାନଙ୍କୁ ଏହି ଫୋନ୍‌ର କ୍ରୟ ଉପରେ ୧୦୦ ଦିନର ରିପ୍ଲେସ୍‌ମେଣ୍ଟର ଓ୍ଵାରେଣ୍ଟି ଦେଉଛି। ଫୋନ୍‌ର ଏକ ଖାସିୟତ୍‌ ହେଉଛି, ଏଥିରେ ଫେସ୍‌ ଅନ୍‌ଲକ ଏବଂ ଗୁଗଲ ଲେନ୍ସ ଦିଆଯାଇଛି। ଆସନ୍ତୁ ଜାଣିବା itel A25ର ଦାମ୍‌ ଏବଂ ସ୍ପେସିଫିକେଶନ ବିଷୟରେ।

phn2

itel A25ର ଦାମ୍‌

କମ୍ପାନୀ ଏହି ଫୋନ୍‌ର ୧ ଜିବି ର‍୍ୟାମ୍‌ ଏବଂ ୧୬ ଜିବି ଷ୍ଟୋରେଜ୍‌ ଭେରିଏଣ୍ଟକୁ ମାତ୍ର ୩,୯୯୯ରେ ପ୍ରାଇଜ୍‌ ଟ୍ୟାଗ୍‌ ସହିତ ବଜାରକୁ ଛାଡ଼ିଛି। ଏହି ଫୋନ୍‌କୁ ଗ୍ରାହକମାନେ ଅଫିସିଆଲ୍‌ ଅଫ୍‌ଲାଇନ୍‌ ଷ୍ଟୋର୍‌ରେ କିଣିପାରିବେ। ସୂଚନା ମୁତାବକ, ଏହି ଫୋନ୍‌ ଆଗାମୀ ଦିନରେ ଅନ୍‌ଲାଇନ୍‌ ଷ୍ଟୋର୍‌ରେ ମଧ୍ୟ ସେଲ୍‌ ପାଇଁ ଉପଲବ୍ଧ ହେବ।

phn22

ସ୍ପେସିଫିକେଶନ

ଏହି ଫୋନ୍‌ରେ ୫ ଇଞ୍ଚ୍‌ର ଏଚ୍‌ଡି ଆଇପିଏସ୍‌ ଡିସ୍‌ପ୍ଲେ ରହିଛି। ଏଥିରେ ଗ୍ରାହକମାନଙ୍କୁ ବଢ଼ିଆ quad core processor ମିଳିବ, ଯାହାର ସ୍ପୀଡ୍‌ ଅଛି ୧.୪ ଗୀଗା ହର୍ଟଜ୍‌। itel A25 ୯.୦ ପାଏ ଅପରେଟିଙ୍ଗ୍‌ ସିଷ୍ଟମ୍‌ ଉପରେ କାମ କରିଥାଏ। ଫୋନ୍‌ର ବ୍ୟାକ୍‌ ପ୍ୟାନେଲରେ ୫ ମେଗାପିକ୍ସଲର ସେନ୍ସର ଏବଂ ଫ୍ରଣ୍ଟରେ ୨ ମେଗାପିକ୍ସଲର ସେନ୍ସର ରହିଛି।

ବ୍ୟାଟେରି ଏବଂ କନେକ୍ଟିଭିଟି

ଫୋନ୍‌ର କନେକ୍ଟିଭିଟିରେ ୪ଜି ଭୋଲ୍ଟ, ଓ୍ଵାଇଫାଇ, ଜିପିଏସ୍‌, ବ୍ଲୁଟୁଥ୍‌ ଏବଂ ୟୁଏସ୍‌ବି ପୋର୍ଟ ଭଳି ଫିଚର୍ସ ରହିଛି। ଏଥିରେ ୟୁଜରମାନଙ୍କୁ ୩,୦୨୦ ଏମ୍‌ଏଏଚ୍‌ର ବ୍ୟାଟେରି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.