Below header

୨୪ ଘଣ୍ଟା ପରେ ମୂଷାମାଟି ଜଙ୍ଗଲରୁ ମିଳିଲା ଜୟପୁର ବୋରିଗୁମ୍ମା RWSS କନିଷ୍ଠ ଯନ୍ତ୍ରୀ ଏମ୍‌.ଭେଙ୍କଟ ରାଓଙ୍କ ମୃତ ଦେହ

ଜୟପୁର : ୨୪ ଘଣ୍ଟା ପରେ ମିଳିଲା ଜୟପୁର ବୋରିଗୁମ୍ମା RWSS କନିଷ୍ଠ ଯନ୍ତ୍ରୀ ଏମ୍‌.ଭେଙ୍କଟ ରାଓଙ୍କ ମୃତ ଦେହ । ମୂଷାମାଟି ଜଙ୍ଗଲରୁ ମୃତହେଦ ଉଦ୍ଧାର କରାଯାଇଛି । ଅଫିସ ଯାଇ ଡ୍ୟୁଟିରେ ହରଡ଼ାପୁଟ ଯାଇଥିଲେ ଯନ୍ତ୍ରୀ ଏମ୍‌.ଭେଙ୍କଟ ରାଓ ନିଖୋଜ ହୋଇଯାଇଥିଲେ । କିଛି ପ୍ରକଳ୍ପ ଦେଖିବା ପାଇଁ SDO, ଦୁଇ ଜଣ ଜେଇ ଓ ଦୁଇ ଜଣ କଣ୍ଟ୍ରାକ୍ଟର ମିଶି ହରଡାଗୁଡାକୁ ଯାଇଥିଲେ । ଅନ୍ୟମାନେ ଘରକୁ ଫେରିଥିଲା ବେଳେ ଜେଇଙ୍କ ପତ୍ତା ମିଳିନଥିଲା । ତାଙ୍କ ଫୋନ୍‌ ମଧ୍ୟ ଲାଗିନଥିଲା । ଯନ୍ତ୍ରୀଙ୍କ ନିଖୋଜ ନେଇ ବି.ସିଂହପୁର ଥାନାରେ ବିଭାଗ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା । ଆଜି ତାଙ୍କ ମୃତ ଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କାରାଯାଉଛି । କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ କୋରାପୁଟ SP, ଜୟପୁର SDPO ଓ ବୋରିଗୁମ୍ମା SDPO ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଧିକ ତଦନ୍ତ ପାଇଁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌କୁ ଡକାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.