କେନ୍ଦ୍ରାପଡ଼ା: ଜେଲ୍ ଗଲେ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ସଭାପତି ପ୍ରମୋଦ ସାହୁ। କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟରେ ହାଜର ପରେ ତାଙ୍କୁ କେନ୍ଦ୍ରାପଡ଼ା ସବ୍ ଜେଲ୍କୁ ପଠାଇ ଦିଆଯାଇଛି। ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ପ୍ରମୋଦଙ୍କୁ ତାଙ୍କ ମହିପାଳ ସ୍ଥିତ ବାସଭବନରୁ ଆଣି ଟାଉନ ଥାନାରେ ପଚରାଉଚରା କରାଯାଇଥିଲା। କ୍ରେଡିଟ କୋଅପରେଟିଭ ସୋସାଇଟିେରେ ଜଣେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ନେଇ ଗତ ଏପ୍ରିଲ ୨୭ ତାରିଖରେ ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ପୀଡ଼ିତା ଅଭିଯୋଗ କରିଥିଲେ, ମୋବାଇଲ୍ ଶିଖିବା ବାହାନାରେ ପ୍ରମୋଦ ସାହୁ ତାଙ୍କୁ ଫୋନ୍ ଓ ଭିଡିଓ କଲ୍ କରି ଚ୍ୟାମ୍ବରକୁ ବାରମ୍ବାର ଡାକୁଥିଲେ। ଡ୍ୟୁଟି ସମୟରେ ଅଶ୍ଳୀଳ ଇଙ୍ଗିତ କରିଥିଲେ। ସଭାପତିଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଚାକିରୀ ଛାଡିଥିଲେ ଅଭିଯୋଗକାରିଣୀ ।
ଆଜିକାଲି ପାର୍ଲର ଯିବା ଏକ ପ୍ରକାର ଫେସନ୍ ହୋଇଗଲାଣି । ଅଧିକାଂଶ ଯୁବପିଢ଼ି ପାର୍ଲର ଯିବାକୁ ପସନ୍ଦ କରିଥାଆନ୍ତି ।…
ଗୋପ : ଶେଷ ରଜରେ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସମେତ ଚନ୍ଦ୍ରଭଗା ଓ ରାମଚଣ୍ଡୀ ପୀଠରେ ନାହିଁ ନଥିବା ଭିଡ଼…
ଇଭିଏମ୍ ଅନ୍ଲକ କରିବା ପାଇଁ କୌଣସି ଓଟିପିର ଆବଶ୍ୟକ ହୁଏନାହିଁ । ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀରେ ଏହି…
ବେଗୁନିଆ : ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ । ବୋଲଗଡ ଦେଇ ଯାଇଥିବା ଜାତୀୟ ରାଜପଥର ପଞ୍ଚୁକୋଟ ନିକଟରେ ରାୟଗଡ଼ାରୁ…
ଯୁଗାଡ଼କୁ ନେଇ ଭାରତରେ କୌଣସି ବିରତି ନାହିଁ । ଏଠାରେ ପ୍ରତ୍ୟେକ ସମସ୍ୟାର ସୁଲଭ ଏବଂ ଦୃଢ଼ ସମାଧାନ ରହିଛି…
ଆଳି : ହୁତୁ ହୁତୁ ହୋଇ ଜଳିଗଲା ୪ବଖରା ଘର । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡ଼ମାନପୁର…