ରାଜ୍ୟ

ସ୍ୱେଦଶୀ ଜ୍ଞାନ କୌଶଳରେ ବାଉଁଶ ତିଆରି ପାଣି ପମ୍ପ, ପ୍ରଶଂସା ସାଉଁଟୁଛନ୍ତି ଆଦିବାସୀ ଯୁବକ ରାଜେଶ ସୋରେନ

ମୟୁରଭଞ୍ଜ: ଚାରୋଟି ବାଉଁଶ , ଏକ ସାଇକେଲ ରିଂ , ଦୁଇ ଖଣ୍ଡ ପ୍ଲାଷ୍ଟିକ ପାଇପ୍‌, ପୁରୁଣା ଚପଲ ଓ ଏକ ଦଉଡି ଖଣ୍ଡ। ଯାହା ସାହାର୍ଯ୍ୟରେ ନିଜସ୍ୱ ଜ୍ଞାନ କୌଶଳରେ ତିଆରି କରିଛନ୍ତି ଜଳସେଚନ ଯନ୍ତ୍ର । ସେ କୌଣସି ବୈଜ୍ଞାନିକ ନୁହଁନ୍ତି, ନା ପଢିଛନ୍ତି ଅଧିକ ପାଠ ହେଲେ ତାଙ୍କ ଉଦ୍ଭାବିତ ପ୍ରକଳ୍ପ ଆଜି ଦୂର କରିବାକୁ ସକ୍ଷମ ହୋଇଛି ଚାଷୀଙ୍କ ପାଇଁ ଜଳ ସେଚନ ସମସ୍ୟା । ଏ ହେଉଛି ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ବ୍ଳକ ଅଧିନ ବେତନା ପଞ୍ଚାୟତର ସାନଡାକୋଇ ଗ୍ରାମର ରାଜେଶ ସୋରେନଙ୍କ କଥା । ବାଉଁଶ ତିଆରି ପାଣି ପମ୍ପ ତିଆରି କରି ସମସ୍ତଙ୍କ ପାଇଁ ଆଜି ସେ ପାଲଟିଛନ୍ତି ଉଦାହରଣ ।

ଏଠାରେ ସାଇକେଲ ଚକକୁ ବୁଲାଇଲେ ତଳୁ ଉପରକୁ କେମିତି ଉଠୁଛି ପାଣି ଆଉ ସେ ପାଣି ମାଡିଯାଉଛି କ୍ଷେତକୁ । ଏଥି ପାଇଁ ନା ଦରକାର କୌଣସି ଯନ୍ତ୍ର ନା ଦରକାର ବିଜୁଳୀ । ମାତ୍ର ୬୦୦ ଟଙ୍କା ଖର୍ଚ୍ଚରେ ସ୍ୱେଦଶୀ ଜ୍ଞାନ କୌଶଳରେ ନିଜ ଜମିକୁ ପାଣି ମଡାଇବାକୁ ସକ୍ଷମ ହେବା ସହ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ପାଲୋଟିଛନ୍ତି ରାଜେଶ ସୋରେନ । ଛୋଟ ବେଳୁ କିଛି କରିବାର ଦେଖାଇବାର ଇଚ୍ଛା ଆଜି ରାଜେଶକୁ ଆଣିଦେଇଛି ସଫଳତା ।

୧୦ମ ପରେ ପାଠରେ ଡୋରୀ ବନ୍ଧା ହେଲା । ପରେ ଘର ସଂସାର ଚଳାଇବାକୁ ଓଡ଼ିଶା ଜିବୀକା ମିଶନର ନ୍ୟୁଟ୍ରି ଗାର୍ଡେନ ମାଧ୍ୟମରେ ଚାଷ କରିବାକୁ ମନ ବଳାଇଥିଲେ ରାଜେଶ । ଏଥି ପାଇଁ ଓଡ଼ିଶା ଜିବୀକା ମିଶନର ସିଆର୍‌ପି ତାଙ୍କୁ ସବୁ ସହଯୋଗ କରିଥିଲେ । ହେଲେ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ରାଜେଶ । ତେବେ ସେଇଠାରୁ ହିଁ ଜଳସେଚନ ପାଇଁ କିଛି କରିଦେଖାଇବାକୁ ମନ ବଳାଇଥିଲେ । ଆଉ ଏହି ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଏବେ ହସୁଛି ରାଜେଶଙ୍କ କ୍ଷେତ । ରଙ୍ଗ ବିରଙ୍ଗର ଫୁଲ ସହ ପରିବା ଚାଷ କରି ବେସ୍ ଲାଭବାନ ହେଉଛନ୍ତି ରାଜେଶ ।ଏହି ବାଉଁଶ ପାଣି ପମ୍ପ ଆଜି ନୂଆ ପରିଚୟ ଦେଇଛି ଆଦିବାସୀ ଯୁବକ ରାଜେଶ ସୋରେନଙ୍କୁ । ଆଖପାଖ ଅଞ୍ଚଳର ବହୁ ଚାଷୀ ଏବେ ରାଜେଶଙ୍କ ଜ୍ଞାନ କୌଶଳକୁ ଆପଣାଇବାକୁ ପ୍ରସ୍ତୁତ । ରାଜେଶଙ୍କ ଏଭଳି ସଫଳତା ପାଇଁ ଗ୍ରମାବସୀ ମଧ୍ୟ ବେସ୍ ଆନନ୍ଦିତ ।

 

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago