ଯେକୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଆମେ ଶୁଭ ମୂହୂର୍ତ୍ତ ଦେଖିଥାଉ। କିନ୍ତୁ ବିବାହ ଭଳି ମାଙ୍ଗଳିକ କାର୍ଯ୍ୟ ବେଳେ ଶୁଭ ମୁହୂର୍ତ୍ତର ମହତ୍ୱ ଆହୁରି ବଢ଼ିଯାଏ। ଧାର୍ମିକ ମାନ୍ୟତା ଅନୁସାରେ, ଖର ମାସ ଓ ମଳ ମାସରେ ଗୁରୁ ଓ ଶୁକ୍ର ତାରା ଅସ୍ତ ହେବା ସମୟରେ ଓ ଦେବ ଶୟନ ବେଳେ ମାଙ୍ଗଳିକ କାର୍ଯ୍ୟ କରିବା ଅନୁଚିତ୍। ଏଣୁ ଏହି ସମୟରେ ବିବାହ କରିବାକୁ ବାରଣ କରାଯାଏ। ଚଳିତବର୍ଷ ବିବାହର ଶୁଭ ଯୋଗ ୨୨ ଏପ୍ରିଲ ପରେ ହିଁ ପଡ଼ୁଛି ଓ ମେ’ ମାସରେ ସବୁଠୁ ଅଧିକ ବିବାହ ମୁହୂର୍ତ୍ତ ରହିଛି।
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ୧୪ ମାର୍ଚ୍ଚ ୨୦୨୧ରୁ ୧୪ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ଖରମାସ ରହିବ। ୧୪ ମାର୍ଚ୍ଚ ସନ୍ଧ୍ୟାରେ ସୂର୍ଯ୍ୟ କୁମ୍ଭ ରାଶିରୁ ବାହାରି ମୀନ ରାଶିରେ ପ୍ରବେଶ କରିବେ ଓ ୧୪ ଏପ୍ରିଲ ଯାଏଁ ସେଠାରେ ରହିବେ। ୧୪ ଏପ୍ରିଲରେ ସୂର୍ଯ୍ୟ ମୀନ ରାଶିରୁ ବାହାରି ପୁଣିଥରେ ମେଷ ରାଶିରେ ପ୍ରବେଶ କରିବେ। ଏହି ସମୟରେ ଖରମାସ ଶେଷ ହେବ। ଖରମାସରେ ମାଙ୍ଗଳିକ କାର୍ଯ୍ୟ ହୁଏ ନାହିଁ। ଏଣୁ ଚଳିତବର୍ଷ ୨୦୨୧ରେ ବିବାହର ମୁହୂର୍ତ୍ତ ଏପ୍ରିଲରେ ହିଁ ରହୁଛି।
ଏପ୍ରିଲ ମାସରେ ଏହି ତାରିଖରେ ରହିଛି ବିବାହ ଯୋଗ: ୨୪, ୨୫, ୨୬, ୨୭ ଓ ୩୦
ଏପ୍ରିଲ ମାସରେ ଏହି ତାରିଖରେ ରହିଛି ବିବାହ ମୁହୂର୍ତ୍ତ: ୨, ୪, ୭, ୮, ୨୧, ୨୨,୨୩,୨୪, ୨୬, ୨୯ ଓ ୩୧
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…