ଏପ୍ରିଲ ଓ ମେ’ ମାସର ଏସବୁ ଦିନ ରହିଛି ବିବାହ ପାଇଁ ଶୁଭ ମୁହୂର୍ତ୍ତ

ଯେକୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଆମେ ଶୁଭ ମୂହୂର୍ତ୍ତ ଦେଖିଥାଉ। କିନ୍ତୁ ବିବାହ ଭଳି ମାଙ୍ଗଳିକ କାର୍ଯ୍ୟ ବେଳେ ଶୁଭ ମୁହୂର୍ତ୍ତର ମହତ୍ୱ ଆହୁରି ବଢ଼ିଯାଏ। ଧାର୍ମିକ ମାନ୍ୟତା ଅନୁସାରେ, ଖର ମାସ ଓ ମଳ ମାସରେ ଗୁରୁ ଓ ଶୁକ୍ର ତାରା ଅସ୍ତ ହେବା ସମୟରେ ଓ ଦେବ ଶୟନ ବେଳେ ମାଙ୍ଗଳିକ କାର୍ଯ୍ୟ କରିବା ଅନୁଚିତ୍‌। ଏଣୁ ଏହି ସମୟରେ ବିବାହ କରିବାକୁ ବାରଣ କରାଯାଏ। ଚଳିତବର୍ଷ ବିବାହର ଶୁଭ ଯୋଗ ୨୨ ଏପ୍ରିଲ ପରେ ହିଁ ପଡ଼ୁଛି ଓ ମେ’ ମାସରେ ସବୁଠୁ ଅଧିକ ବିବାହ ମୁହୂର୍ତ୍ତ ରହିଛି।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ୧୪ ମାର୍ଚ୍ଚ ୨୦୨୧ରୁ ୧୪ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ଖରମାସ ରହିବ। ୧୪ ମାର୍ଚ୍ଚ ସନ୍ଧ୍ୟାରେ ସୂର୍ଯ୍ୟ କୁମ୍ଭ ରାଶିରୁ ବାହାରି ମୀନ ରାଶିରେ ପ୍ରବେଶ କରିବେ ଓ ୧୪ ଏପ୍ରିଲ ଯାଏଁ ସେଠାରେ ରହିବେ। ୧୪ ଏପ୍ରିଲରେ ସୂର୍ଯ୍ୟ ମୀନ ରାଶିରୁ ବାହାରି ପୁଣିଥରେ ମେଷ ରାଶିରେ ପ୍ରବେଶ କରିବେ। ଏହି ସମୟରେ ଖରମାସ ଶେଷ ହେବ। ଖରମାସରେ ମାଙ୍ଗଳିକ କାର୍ଯ୍ୟ ହୁଏ ନାହିଁ। ଏଣୁ ଚଳିତବର୍ଷ ୨୦୨୧ରେ ବିବାହର ମୁହୂର୍ତ୍ତ ଏପ୍ରିଲରେ ହିଁ ରହୁଛି।

ଏପ୍ରିଲ ମାସରେ ଏହି ତାରିଖରେ ରହିଛି ବିବାହ ଯୋଗ: ୨୪, ୨୫, ୨୬, ୨୭ ଓ ୩୦

ଏପ୍ରିଲ ମାସରେ ଏହି ତାରିଖରେ ରହିଛି ବିବାହ ମୁହୂର୍ତ୍ତ: ୨, ୪, ୭, ୮, ୨୧, ୨୨,୨୩,୨୪, ୨୬, ୨୯ ଓ ୩୧

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.