ଅଟୋକୁ ଏକ ଆଲିଶାନ୍‌ ଘରର ରୂପ ଦେଲେ ଯୁବକ, ଦେଖିବା ପରେ ନିଜ ସହ କାମ କରିବାକୁ ଅଫର ଦେଲେ ଆନନ୍ଦ୍ର ମହିନ୍ଦ୍ରା

ଭାରତୀୟମାନେ ସବୁ ପରିସ୍ଥିତିର ମୁକାବିଲା କରିବାକୁ ସମର୍ଥ, ଯାହାର ଉଦାହରଣ ପ୍ରାୟତଃ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ନିକଟରେ ଜଣେ ବ୍ୟକ୍ତି ନିଜ ଅଟୋକୁ ଏକ ଆଲିଶାନ୍‌ ଘରରେ ପରିବର୍ତ୍ତିତ କରିଦେଇଥିବା ଦେଖିବାକୁ ମିଳିଛି। ଏହି ଘରେ ସବୁ ପ୍ରକାରର ଅତ୍ୟାଧୁନିକ ସୁବିଧା ମଧ୍ୟ ରହିଛି। ବ୍ୟକ୍ତିଙ୍କର ଏହି ଜ୍ଞାନ କୌଶଳ ଦେଖିବା ପରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ମଧ୍ୟ ତାଙ୍କର ପ୍ରଶଂସା କରିଛନ୍ତି ଓ ନିଜ ସହ କାମ କରିବାକୁ ଅଫର ଦେଇଛନ୍ତି।

ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ଚେନ୍ନାଇରେ ରହୁଥିବା ଅରୁଣ ପ୍ରଭୁ ନାମକ ବ୍ୟକ୍ତି ନିଜ ଅଟୋକୁ ଏକ ଆଲିଶାନ୍‌ ଘରରେ ପରିବର୍ତ୍ତିତ କରିଦେଇଥିବା ଦେଖାଯାଇଛି। ଅରୁଣଙ୍କର ଏହି ଅଟୋ ଘରେ ସବୁ ପ୍ରକାରର ସୁବିଧା ରହିଛି। ଘରେ ବହୁତ ସ୍ପେସ୍‌ ରହିବା ସହ ପବନ ଯିବା ଆସିବା ପାଇଁ ଝରକା କବାଟ ବି ରହିଛି। ଏଥିସହ ଲୁଗାପଟା ଶୁଖାଇବା ସୁବିଧା ମଧ୍ୟ ରହିଛି। ଏହା ଏକ ପ୍ରକାରର ମୋବାଇଲ ହାଉସ୍‌। ଘରର ଛାତରେ ଅରୁଣ ଏକ ସୋଲାର ପାନେଲ ମଧ୍ୟ ଲଗାଇଛନ୍ତି ଓ କିଛି ବ୍ୟାଟେରୀ ମଧ୍ୟ ରଖିଛନ୍ତି। ଯାହା ସାହାଯ୍ୟରେ ଘରକୁ ଆଲୋକିତ କରିବା ସୁବିଧା ରହିଛି। ଏନେଇ ଅରୁଣ କହିଛନ୍ତି ଏକ ସାଧାରଣ ଘରେ ଯେଉଁ ସବୁ ସୁବିଧା ଥାଏ, ଏ ଘରେ ସେସବୁ ଅଛି। ଏଥିରେ ପାଣି ସଞ୍ଚୟ କରିବା ସୁବିଧା ବି ରହିଛି।

ଆନନ୍ଦ ମହିନ୍ଦ୍ରା ଅରୁଣଙ୍କର ଏହି ମୋବାଇଲ ହାଉସ୍‌ ଫଟୋ ସେୟାର କରି ଲେଖିଛନ୍ତି, ଅରୁଣ ଏହା ମାଧ୍ୟମରେ କମ୍‌ ସ୍ଥାନର ମୂଲ୍ୟ କ’ଣ, ତାହା ଦେଖାଇଛନ୍ତି। ଯେଉଁମାନେ କରୋନା କାଳରେ ବୁଲିବାକୁ ପସନ୍ଦ କରୁଛନ୍ତି ସେମାନଙ୍କ ପାଇଁ ଏହା ଏକ ବଡ଼ ଟ୍ରେଣ୍ଡ୍‌ ହୋଇପାରେ। ସେ ଆହୁରି ମଧ୍ୟ ଲେଖିଛନ୍ତି, ଯଦି ଅରୁଣ ବୋଲେରୋ ଉପରେ କିଛି କରିପାରିବେ ତେବେ ଆହୁରି ଭଲ ହେବ। ଏଥିସହ ସେ ଅରୁଣଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରି ତାଙ୍କୁ ଯୋଗାଯୋଗ କରିବାକୁ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.