ରାଜ୍ୟ

ମା’ ହିଙ୍ଗୁଳା ଓ ବାଟମଙ୍ଗଳାଙ୍କ ଲେଉଟାଣି ଉତ୍ସବ ଅନୁଷ୍ଠିତ, ନାମ ସଂକୀର୍ତ୍ତନ ସହ ହୋଇଥିଲା ବେଢ଼ା ପରିକ୍ରମା

କଣିହାଁ (କେନ୍ୟୁଜ୍‌): କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ଓ.ସି.ସି. କଲୋନୀ ନିକଟସ୍ଥ ବାବା ଆଖଣ୍ଡଳମଣି ମନ୍ଦିର ପରିସରରେ ମା’ ହିଙ୍ଗୁଳା ଓ ମା’ ବାଟମଙ୍ଗଳାଙ୍କ ଲେଉଟାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଦୁଇ ଦେବୀଙ୍କର ଲେଉଟାଣି ଉତ୍ସବ ଅବସରରେ ପ୍ରତ୍ୟୁଷରୁ ମନ୍ଦିରରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା । ପରେ ସର୍ବସାଧରଣ ଦର୍ଶନ ନୀତି ଅନୁଷ୍ଠିତ ହୋଇଥିଲା । ଗତ ଶୁକ୍ରବାର ଦିନ ୩୫ ତମ ଜାଗର ଉତ୍ସବ ଅବସରରେ ବାପଘର ଆଖଣ୍ଡଳମଣି ମନ୍ଦିରକୁ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ଓ ପ୍ରକଳ୍ପ ସ୍ଥିତ ମା’ ବାଟମଙ୍ଗଳାଙ୍କୁ ଆମନ୍ତ୍ରଣ କରି ଅଣା ଯାଇଥିଲା ।

ଲେଉଟାଣି ଉତ୍ସବ ଅବସରରେ ମନ୍ଦିରର ମୁଖ୍ୟ ଉପଦେଷ୍ଟା ଆକୁଳ ପଣ୍ଡାଙ୍କ ପୌରାହିତ୍ୟରେ ନାମ ସଂକୀର୍ତ୍ତନ ସହ ଦୁଇ ଦେବୀଙ୍କର ମନ୍ଦିର ବେଢ଼ା ପରିକ୍ରମା କରାଯାଇ ମନ୍ଦିର ବାହାରକୁ ଅଣାଯାଇଥିଲା । ସେଠାରେ ବାପଘରୁ ଝିଅ ବିଦା ସମୟରେ ଯେପରି ପିଠାପଣା, ଶାଢ଼ୀ ଶଙ୍ଖା, ଭାର ଥୋର ସହ ପ୍ରସାଧନ ସାମଗ୍ରୀ ଦେଇ ଝିଅକୁ ବିଦା କରାଯାଇଥାଏ ଠିକ୍‌ ସେହିପରି ସମସ୍ତ ସାମଗ୍ରୀ ସହ ଦୁଇ ଦେବୀଙ୍କର ମହିଳା ଭକ୍ତମାନେ ବନ୍ଦାପନା କରି ବିଦାୟ ଜଣାଇଥିଲେ । ମନ୍ଦିର ଠାରୁ ଘଣ୍ଟଘଣ୍ଟା , ବାଜା ବାଣ , ନାମ ସଂକୀର୍ତ୍ତନ ସହିତ ଏକ ଶୋଭାଯାତ୍ରାରେ ଭକ୍ତମାନେ ବାହାରି ପ୍ରଥମେ ରେଙ୍ଗାଳି ପ୍ରକଳ୍ପ ସ୍ଥିତ କପିଳେଶ୍ଵର ମନ୍ଦିର ସମ୍ମୁଖରେ ଥିବା ମା’ ବାଟମଙ୍ଗଳାଙ୍କୁ ନିଜ ଆସ୍ଥାନରେ ଛାଡିବା ପରେ ମା’ ହିଙ୍ଗୁଳାଙ୍କୁ ନେଇ ତାଳଚେର ସ୍ଥିତ ଗୋପାଳପ୍ରସାଦ ପୀଠକୁ ଯାଇ ମା’ ହିଙ୍ଗୁଳାଙ୍କୁ ବିଦାୟ ଦେଇଥିଲେ । ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ କାର୍ଯ୍ୟ ଆୟୋଜନ ହୋଇଥିଲା ।

Subhalaxmi Das

Recent Posts

ଟି୨୦ ବିଶ୍ୱକପ : ଓମାନକୁ ସୁପର ଓଭରରେ ହରାଇଲା ନାମ୍ବିଆ, କଲା ସୁପର ଓଭରରେ ବଡ ସ୍କୋର

ଟି୨୦ ବିଶ୍ୱକପ ଆରମ୍ଭ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ତୃତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଓମାନ ଏବଂ ନାମ୍ବିଆ । ଏହି…

8 mins ago

ସପିଂ ମଲ ପୋଡ଼ି ପାଉଁଶ, ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଗୋଟିଏ ପଟେ କାଳବୈଶାଖୀର ତାଣ୍ଡବଲୀଳା ଚାଲିଥିବା ବେଳେ, ରାଜଦାଣ୍ଡ ଏକ ଘରୋଇ ରେ…

11 mins ago

ମଧ୍ୟପ୍ରଦେଶରେ ବଡ଼ ଦୁର୍ଘଟଣା; କନ୍ୟା ଘରକୁ ଯିବା ବେଳେ ଓଲଟି ପଡ଼ିଲା ବରଯାତ୍ରୀ ଟ୍ରାକ୍ଟର, ୧୩ ଜଣଙ୍କ ମୃତ୍ୟୁ

ମଧ୍ୟପ୍ରଦେଶରେ ବଡ଼ ଦୁର୍ଘଟଣା । ଏଠାରେ ଏକ ବରଯାତ୍ରୀ ଟ୍ରାକ୍ଟର ଓଲଟି ୧୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ…

22 mins ago

ବଢ଼ିବାରେ ଲାଗିଛି କ୍ୟାନ୍ସର ରୋଗ, ଏନେଇ କଟକ ଏସସିବିରେ ଆୟୋଜିତ ହୋଇଛି ସଚେତନତା କାର୍ଯ୍ୟକ୍ରମ

କଟକ (କେନ୍ୟୁଜ): ବିଭିନ୍ନ କାରଣରୁ ଆଜିକାଲି କ୍ୟାନ୍ସର ଭଳି ରୋଗ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବୟସ୍କ…

28 mins ago

ରେଲୱେରେ ଲୋକ ପାଇଲଟ ଏବଂ ଟ୍ରେନ ମ୍ୟାନେଜର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଦକ୍ଷିଣ ପୂର୍ବ ରେଲୱେରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଏବଂ…

1 hour ago

ଟ୍ୱିନ୍ ସିଟିରେ ଢାଳିଲା ବର୍ଷା, ବୁଡିଗଲା ଜେସିବି

ଭୁବନେଶ୍ୱର(କେନ୍ୟୁଜ୍‌): ତାଣ୍ଡବ କଲା କାଳବୈଶାଖୀ । ଦିନରେ ଅଗ୍ନି ବର୍ଷା, ରାତିରେ ଜଳ ବର୍ଷା। ରାତିରେ ଟ୍ୱିନ୍ ସିଟିରେ ଢାଳିଲା…

2 hours ago