ରାଜ୍ୟ

ବାଲେଶ୍ବର: ଅନ୍ଧାରିଆ ଜାଗାରେ କଲେଜ ପଢୁଆ ଝିଅଙ୍କୁ ଦେଖି ଅଶ୍ଳୀଳ ଇଙ୍ଗିତ କରୁଥିଲା ରୋଡ ରୋମିଓ,ଖାଇଲା ଉତ୍ତମ ମଧ୍ୟମ

ବାଲେଶ୍ବର(କେନ୍ୟୁଜ୍):  ରୋଡ ରୋମିଓକୁ ସବାଡ କଲେ ଗାଁ ଲୋକ । ଅନ୍ଧାରିଆ ଜାଗାରେ କଲେଜ ପଢୁଆ ଝିଅ ଓ ମହିଳାଙ୍କୁ ଦେଖୀ ଅଶ୍ଳୀଳ ଇଙ୍ଗିତ କରିବା ଓ ସେମାନଙ୍କ ହାତ ଧରି ଟାଣିବା ମହଙ୍ଗା ପଡିଲା ଯୁବକଙ୍କୁ । ଦୀର୍ଘ ୩ ମାସ ଧରି ଯୁବକ ଜଣକ ଏଭଳି କାଣ୍ଡ ଘଟାଇ ସୁଯୋଗ ଦେଖି ଫେରାର ହେଇ ଯାଉଥିବା ବେଳେ ଗତ ରାତିର ଯୁବକଙ୍କୁ ମାଡି ବସିଥିଲେ ଝିଅ ମାନେ । ଆଉ ସବୁଦିନ ରାଗ ଗୋଟିଏ ଦିନରେ ଶୁଝାଇ ଦେଇଥିଲେ ଗାଁ ଲୋକ । ଯୁବକକୁ ଗାଁ ଲୋକମାନେ ନିସ୍ତୁକ ମାଡ଼ ମାରିବା ସହ କାନ ଧରି ବସଉଠ କରିଥିଲେ ଓ ନାକ ଘୋଷାରି ଛାଡ଼ି ଥିଲେ । ଏଭଳି ଘଟଣା  ଗତ କାଲି ରାତିରେ ରେମୁଣା ବଜାରରେ ଦେଖିବାକୁ ମିଳିଥିଲା ।

ରୋଡ ରୋମିଓ ଜଣକ ରେମୁଣା ବ୍ଲକ୍ ଦେଓଖଣ୍ଡ ଅଞ୍ଚଳର ହୋଇଥିବା ବେଳେ ତାର ନାମ ପ୍ରମୋଦ ନାରାୟଣ ତ୍ରୀପାଠୀ  ବୋଲି ଜଣାପଡିଛି । ସେ ପ୍ରତିଦିନ ନିଜ ବାଇକର ନମ୍ବର ପ୍ଲେଟ କାଢ଼ି ଦେଇ ଝିଅ ଓ ବୋହୂଙ୍କୁ ଅଶ୍ଳୀଳ ଆଚରଣ କରି ବାଇକରେ ଚମ୍ପଟ ମାରୁଥିଲା । ହେଲେ ସବୁଦନି ସମାନ ଯାଏନି।  ଗତକାଲି ରୋଡ ରୋମିଓକୁ  ମାଡି ବସି ଧରିଥିଲେ ଝିଅ ମାନେ ଓ  ପରେ ଗାଁ ଲୋକଙ୍କ ଜିମାରେ ଦେଇଥିଲେ । ତା ପରେ ଆରମ୍ଭ ହୋଇ ଯାଇଥିଲା ପ୍ରବଳ ମାଡ଼ ବର୍ଷା । ଶେଷ ରେ ରୋମିଓ ଜଣକ କୌଣସି ଝିଅ ବୋହୂ କି ଏଭଳି ଅଶ୍ଳୀଳ ଇଙ୍ଗିତ ଓ ଖରାପ ବ୍ୟବହାର ନ କରିବା ପାଇଁ କହିବା ସହ ୬ ମାସ ପର୍ଯ୍ୟନ୍ତ ରେମୁଣା ବଜାରନ ଆସିବାକୁ ସ୍ବୀକାର କରିବା ପରେ ଛାଡିଥିଲେ ଉତ୍ୟକ୍ତ ଲୋକ ମାନେ ।

KNews Bureau

Recent Posts

ବ୍ରେକଅପ୍‌ ଆମକୁ କଣ ଶିକ୍ଷା ଦିଏ ? ଜାଣନ୍ତୁ କିଛି ରୋଚକ କଥା

ମେଣ୍ଟାଲ ହେଲଥ୍‌ ଏବଂ ଇମୋସନ୍‌ ପାଇଁ ବ୍ରେକଅପ୍‌ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ…

13 mins ago

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହାର ସ୍ୱତନ୍ତ୍ରତା?

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ…

21 mins ago

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

35 mins ago

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

47 mins ago

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ, ପ୍ରଥମ ମ୍ୟାଚରେ ୭ ଓ୍ଵିକେଟରେ କାନାଡାକୁ ହରାଇଲା ଆମେରିକା

ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…

54 mins ago

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

1 hour ago