ବାଲେଶ୍ବର: ଅନ୍ଧାରିଆ ଜାଗାରେ କଲେଜ ପଢୁଆ ଝିଅଙ୍କୁ ଦେଖି ଅଶ୍ଳୀଳ ଇଙ୍ଗିତ କରୁଥିଲା ରୋଡ ରୋମିଓ,ଖାଇଲା ଉତ୍ତମ ମଧ୍ୟମ

ବାଲେଶ୍ବର(କେନ୍ୟୁଜ୍): ରୋଡ ରୋମିଓକୁ ସବାଡ କଲେ ଗାଁ ଲୋକ । ଅନ୍ଧାରିଆ ଜାଗାରେ କଲେଜ ପଢୁଆ ଝିଅ ଓ ମହିଳାଙ୍କୁ ଦେଖୀ ଅଶ୍ଳୀଳ ଇଙ୍ଗିତ କରିବା ଓ ସେମାନଙ୍କ ହାତ ଧରି ଟାଣିବା ମହଙ୍ଗା ପଡିଲା ଯୁବକଙ୍କୁ । ଦୀର୍ଘ ୩ ମାସ ଧରି ଯୁବକ ଜଣକ ଏଭଳି କାଣ୍ଡ ଘଟାଇ ସୁଯୋଗ ଦେଖି ଫେରାର ହେଇ ଯାଉଥିବା ବେଳେ ଗତ ରାତିର ଯୁବକଙ୍କୁ ମାଡି ବସିଥିଲେ ଝିଅ ମାନେ । ଆଉ ସବୁଦିନ ରାଗ ଗୋଟିଏ ଦିନରେ ଶୁଝାଇ ଦେଇଥିଲେ ଗାଁ ଲୋକ । ଯୁବକକୁ ଗାଁ ଲୋକମାନେ ନିସ୍ତୁକ ମାଡ଼ ମାରିବା ସହ କାନ ଧରି ବସଉଠ କରିଥିଲେ ଓ ନାକ ଘୋଷାରି ଛାଡ଼ି ଥିଲେ । ଏଭଳି ଘଟଣା ଗତ କାଲି ରାତିରେ ରେମୁଣା ବଜାରରେ ଦେଖିବାକୁ ମିଳିଥିଲା ।
ରୋଡ ରୋମିଓ ଜଣକ ରେମୁଣା ବ୍ଲକ୍ ଦେଓଖଣ୍ଡ ଅଞ୍ଚଳର ହୋଇଥିବା ବେଳେ ତାର ନାମ ପ୍ରମୋଦ ନାରାୟଣ ତ୍ରୀପାଠୀ ବୋଲି ଜଣାପଡିଛି । ସେ ପ୍ରତିଦିନ ନିଜ ବାଇକର ନମ୍ବର ପ୍ଲେଟ କାଢ଼ି ଦେଇ ଝିଅ ଓ ବୋହୂଙ୍କୁ ଅଶ୍ଳୀଳ ଆଚରଣ କରି ବାଇକରେ ଚମ୍ପଟ ମାରୁଥିଲା । ହେଲେ ସବୁଦନି ସମାନ ଯାଏନି। ଗତକାଲି ରୋଡ ରୋମିଓକୁ ମାଡି ବସି ଧରିଥିଲେ ଝିଅ ମାନେ ଓ ପରେ ଗାଁ ଲୋକଙ୍କ ଜିମାରେ ଦେଇଥିଲେ । ତା ପରେ ଆରମ୍ଭ ହୋଇ ଯାଇଥିଲା ପ୍ରବଳ ମାଡ଼ ବର୍ଷା । ଶେଷ ରେ ରୋମିଓ ଜଣକ କୌଣସି ଝିଅ ବୋହୂ କି ଏଭଳି ଅଶ୍ଳୀଳ ଇଙ୍ଗିତ ଓ ଖରାପ ବ୍ୟବହାର ନ କରିବା ପାଇଁ କହିବା ସହ ୬ ମାସ ପର୍ଯ୍ୟନ୍ତ ରେମୁଣା ବଜାରନ ଆସିବାକୁ ସ୍ବୀକାର କରିବା ପରେ ଛାଡିଥିଲେ ଉତ୍ୟକ୍ତ ଲୋକ ମାନେ ।