ଆଇପିଏଲରେ ଆଜି ଦୁଇଟି ମ୍ୟାଚ୍: ପ୍ରଥମ ମ୍ଯାଚରେ ମୁହାଁମୁହିଁ ହେବ କେକେଆର ଓ ଆରସିବି, ଦ୍ବିତୀୟ ମ୍ଯାଚରେ ଦିଲ୍ଲୀ ଏବଂ ପଞ୍ଜାବ ମଧ୍ୟରେ ହେବ ଟକ୍କର

ଆଇପିଏଲରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍ । ଅପରାହ୍ନ ୩ଟା ୩୦ରେ ଚେନ୍ନାଇରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ଟକ୍କର । ଇଅନ୍ ମୋର୍ଗାନ ଓ କୋହଲିଙ୍କ ମଧ୍ୟରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ମ୍ୟାଚ୍ । ଦୁଇଟି ମ୍ୟାଚ୍ ଜିତି କୋହଲିଙ୍କ ଟିମର ମନୋବଳ ଦୃଢ଼ ରହିଛି । କୋଲକାତା ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ ମୁମ୍ବାଇଠାରୁ ପରାସ୍ତ ହୋଇଛି । ଶେଷ ୧୩ଟି ମ୍ୟାଚରେ ୧୨ଟି ପରାଜୟ ହୋଇଛି କୋଲକାତା ।

ରୟାଲ୍‌ ଚ୍ୟାଲେଞ୍ଜର୍ସ: ବିରାଟ କୋହଲି(ଅଧିନାୟକ), ଦେବଦତ୍ତ ପାଡ଼ିକଲ, ରଜତ ପତିଦର, ଗ୍ଲେନ ମ୍ୟାକ୍ସୱେଲ୍‌, ଏବି ଡି ଭିଲର୍ସ, ଡାନିଏଲ ଖ୍ରୀଷ୍ଟିଆନ, ୱାସିଂଟନ ସୁନ୍ଦର, କେଲି ଜାମିସନ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଝବେନ୍ଦ୍ର ଚହଲ ।

ନାଇଟ୍‌ ରାଇଡର୍ସ: ନିତିଶ ରାଣା, ଶୁଭମନ ଗିଲ୍‌, ରାହୁଲ ତ୍ରିପାଠୀ, ଇୟନ ମୋର୍ଗାନ(ଅଧିନାୟକ), ଦିନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ, ସାକିବ ଅଲ୍‌ ହାସନ, ପ୍ୟାଟ୍‌ କମିନ୍ସ, ହରଭଜନ ସିଂହ, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କ୍ରିଷ୍ଣା ।

ସେହିଭଳି ସନ୍ଧ୍ଯାରେ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲସ୍ ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ହେବ ମୁକାବିଲା । ଦୁଇ ଭାରତୀୟ ତାରକା ଋଷଭ ପନ୍ତ ଓ କେ ଏଲ ରାହୁଲ ହେବେ ମୁହାଁମୁହିଁ । ଦିଲ୍ଲୀର କ୍ୟାପିଟାଲସ୍ ଶକ୍ତିଶାଳୀ ଟିମ୍ ଥିବା ବେଳେ କେ ଏଲ ରାହୁଲ ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.