Below header

ବାଲେଶ୍ବର: ଭାଇ ପୋଛିଲା ଭଉଣୀ ସିନ୍ଦୁର, ଭିଣୋଇକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ଶଳା

ସୋର(କେନ୍ୟୁଜ୍):  ଭିଣୋଇକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ଶଳା । ଭଉଣୀ ମଥାରୁ ସିନ୍ଦୁର ପୋଛିଦେଇଛି।  ଖବର ନେବାରୁ ଜଣାପଡିଛି ଯେ ବାଲେଶ୍ବର ଜିଲ୍ଲା ସୋର ଥାନା କୁଡେଇ ଅଟାସବନ୍ଧ ଅଞ୍ଚଳର ସଞ୍ଜୟ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଲାଗିଥିଲେ ଫଳରେ  ସଞ୍ଜୟଙ୍କ ସ୍ତ୍ରୀ ଫୋନ୍ ଯୋଗେ ତାଙ୍କ ଭାଇ ଗୁହିରାପଦା ଅଞ୍ଚଳର ଜଗା ସାହୁକୁ ଡକାଇଥିଲେ ।

ଜଗା ଭଣୋଇ ଘରେ ପହଞ୍ଚି ଭଉଣି କଥା ଶୁଣି ଏକ ବାଉଁଶ ଠେଙ୍ଗାରେ ଭିଣୋଇ ସଞ୍ଜୟକୁ ଅମାନୁସିକ ଭାବେ ଅକ୍ରମଣ ପରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ସଞ୍ଜୟର ମୃତ୍ୟୁ ହୋଇଯାଇଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଶଳା ଜଗାକୁ ଅଟକ ରଖିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.