କେବଳ ଅଲଭି ତେଲ ନୁହେଁ ଏବେ ଲଗାନ୍ତୁ ଏହି ତେଲ ମାସ୍କ, ଦୂର ହେବ ସବୁ କେଶ ସମସ୍ଯା

ଲମ୍ବା ଏବଂ ମଜବୁତ କେଶ ପ୍ରତ୍ଯେକ ଯୁବତୀଙ୍କ ପସନ୍ଦ ରହିଥାଏ। ଏମିତି କିଛି ମହିଳାଙ୍କର କେଶ ଅତ୍ଯନ୍ତ ଦୁର୍ବଳ ଏବଂ ରୁକ୍ଷ ହୋଇଥାଏ। ତେଣୁ ଏମିତି କିଛି ଘରୋଇ ଉପାୟ ଇଣ୍ଟରନେଟ ସର୍ଚ୍ଚ କରି ଆପଣ ପାଇଯିବେ। କାଷ୍ଟର ଅଏଲ ଅର୍ଥାତ୍ ଜଡା ତେଲ କେଶକୁ ମଜବୁତ କରିବା ଏବଂ କେଶ ଝଡିବାରୁ ମୁକ୍ତି ଦେଇଥାଏ। କେଶ ପାଇଁ ଜଡା ତେଲ ବେଶ ଫାଇଦାଯୁକ୍ତ ହୋଇଥାଏ। ତେବେ କେଶକୁ ମଜବୁତ କରିବା ପାଇଁ ଜଡା ତେଲ ମାସ୍କ ବନାନ୍ତୁ, ଯାହା ଗରମ ଦିନରେ ଖରାରୁ ହେଉଥିବା କ୍ଷତିରୁ କେଶକୁ ବଞ୍ଚାଇବ। ତେବେ ଜାଣ୍ତୁ କେମିତି ପ୍ରସ୍ତୁତ କରିବେ କାଷ୍ଟର ହେୟାର ଅଏଲ ମାସ୍କ:
ସାମଗ୍ରୀ:
ଜଡାତେଲ: ୨ ଚାମଚ
ସୋରିଷ ତେଲ: ୧ ଚାମଚ
ପିଆଜ ରସ: ୨ ଚାମଚ
ପ୍ରଥମେ ଏହି ସମସ୍ତ ଜିନିଷକୁ ମିଶାଇ କେଶରେ ଲଗାନ୍ତୁ। ଏହାକୁ ୪୦ ମିନିଟ ଲଗାଇବା ପରେ କେଶ ଧୋଇଦିଅନ୍ତୁ। ଭଲ ପରିଣାମ ପାଇଁ ମାସ୍କକୁ ସପ୍ତାହକୁ ୨ ଥର ଲଗାନ୍ତୁ। ଜଡା ତେଲ ବହୁତ ବହଳିଆ ଏବଂ ଜାକୁଳିଆ ଲାଗିଥାଏ। ତେଣୁ ଏହାକୁ ସିଧାସଳଖ ନ ଲଗାଇ ଅଲଗା ତେଲ ମିଶା ଲଗାନ୍ତୁ।
ଏହି ତେଲ କେଶ ଝଡିବା, ଧଳା ହେବା, ରୂପି ସମସ୍ଯା, ରୁକ୍ଷ କେଶ ଏବଂ କେଶ ମୂଳ ସଂକ୍ରମିତ ହେବାରୁ ରକ୍ଷା କରିବ।