ସ୍ନାକ୍ସରେ କିଛି ହାଲ୍‌କା ଖାଇବାକୁ ଚାହୁଁଥିଲେ ଟ୍ରାଏ କରନ୍ତୁ ‘ତାଓ୍ଵା ପନିର’, ବନାଇବାକୁ ଲାଗିବ ମାତ୍ର ୧୦ ମିନିଟ୍‌

ଜଳଖିଆରେ ପିଲାମାନେ ସବୁବେଳେ କିଛି ନା କିଛି ନୂଆ ଖାଇବାକୁ ମନ କରିଥାନ୍ତି। ଯଦି ଆପଣଙ୍କ ପିଲା ବି ଆଜି କିଛି ନୂଆ ଖାଇବାକୁ ଜିଦ୍‌ କରୁଥାଏ, ତେବେ ତାଙ୍କୁ ପନିରର ଏକ ଚଟ୍‌ପଟା ଆଇଟମ୍‌ କରି ଖୁଆନ୍ତୁ। ଆଜି ରବିବାରରେ ସ୍ନାକ୍ସରେ ପିଲାଙ୍କୁ ଖୁଆନ୍ତୁ ‘ତାଓ୍ଵା ପନିର’। ଏହାକୁ ପ୍ରସ୍ତୁତ କରିବାକୁ ଆପଣଙ୍କୁ ମାତ୍ର ୧୦ ମିନିଟ୍‌ ହିଁ ଲାଗିବ। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ…

ଆବଶ୍ୟକୀୟ ସାମଗ୍ରୀ:

ସ୍ଲାଇସ୍‌ କଟା ହୋଇଥିବା ପନିର, ବଟର, ଚିଲ୍ଲୀ ଫ୍ଲେକ୍ସ, ଟମାଟୋ ସସ୍‌, ଛୋଟ କଟା ଲଙ୍କା, ଗୁଣ୍ଡ କଟା ରସୁଣ, ଲୁଣ, ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ତାଓ୍ଵାକୁ ଗରମ କରି ସେଥିରେ ବଟର ପକାନ୍ତୁ। ବଟର ତରଳିଗଲେ ତା’ ଉପରେ ସ୍ଲାଇସ୍‌ କଟା ପନିର ପକାନ୍ତୁ। ଏହାକୁ ହାଲ୍‌କା ବ୍ରାଉନ୍‌ ରଙ୍ଗ ହେବା ଯାଏଁ ଭାଜନ୍ତୁ। ପରେ ପ୍ଲେଟକୁ କାଢ଼ି ନିଅନ୍ତୁ। ଏବେ ତାଓ୍ଵାରେ ଆଉ ଟିକେ ବଟର ନିଅନ୍ତୁ। ଗରମ ହୋଇଗଲେ ଏଥିରେ କଟା ରସୁଣ, ଚିଲ୍ଲୀ ଫ୍ଲେକ୍ସ, କଟା ଲଙ୍କା, ଦୁଇଟି ଚାମଚ ଟମାଟୋ ସସ୍‌ ଓ ସ୍ୱାଦାନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଏଥିରେ ଭଜା ପନିର ପକାଇ ୨-୩ ମିନିଟ୍‌ ଯାଏଁ ଫ୍ରାଏ କରନ୍ତୁ। ଏହା ପରେ ପାତ୍ରକୁ କାଢ଼ି ଧନିଆ ପତ୍ରରେ ସଜାଇ ପରଷନ୍ତୁ ‘ତାଓ୍ଵା ପନିର’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.