ଚୈତ୍ର ନବରାତ୍ରିର ଷଷ୍ଠ ଦିନରେ କରନ୍ତୁ ମା’ କାତ୍ଯାୟନୀଙ୍କ ପୂଜା: ଜାଣନ୍ତୁ ପୂଜାର ମହତ୍ତ୍ବ ଓ ବିଧି

ଆଜି ଚୈତ୍ର ନବରାତ୍ରିର ୬ଷ୍ଠ ଦିନ। ଆଜିର ଦିନଟି ମା’ କାତ୍ଯାୟନୀଙ୍କୁ ସମର୍ପିତ। ପଞ୍ଚାଙ୍ଗ ଅନୁସାରେ ୧୮ ଏପ୍ରିଲରେ ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ରହିଛି। ଏହି ଦିନର ନକ୍ଷତ୍ର ଆଦ୍ରା ରହିଥାଏ। ଏହି ଦିନ ମିଥୁନ ରାଶିରେ ଚନ୍ଦ୍ରମା ଗୋଚର ହୋଇଥାନ୍ତି। ନବରାତ୍ରିର ପ୍ରତ୍ଯେକ ଦିନରେ ମା୩ ଅଲଗା ଅଲଗା ସ୍ବରୂପ ଧାରଣ କରନ୍ତି ଓ ବିଧିପୂର୍ବକ ପୂଜା କରାଯାଏ। ମା’ ଦୁର୍ଗାଙ୍କ ଏହି ସ୍ବରୂପ ଜୀବନରେ ଅନେକ ବିଶେଷ ମହତ୍ତ୍ବ ରହିଥାଏ।

ପୌରାଣିକ କଥା ଅନୁସାରେ, ମା’ କାତ୍ଯାୟନୀ ମହିଷାସୁରକୁ ବଧ କରିଥିଲେ। ମହିଷାସୁର ଏକ ଅସୁର ଥିଲା, ଯିଏକି ଲୋକଙ୍କୁ ବହୁତ ହଇରାଣ କରୁଥିଲା। ମା’ କାତ୍ଯାୟନୀ ରୂପ ଧାରଣ କରି ମହିଷାସୁରର ବଧ କରିଥିଲେ। ମହିଷାସୁରକୁ ବଧ କରିବା ଭଳି ମା’ ମଣିଷ ବିବାହରେ ଆସୁଥିବା ବାଧାକୁ ଦୂର କରିଥାଏ। ନବରାତ୍ରୀରେ ବିଧି ପୂର୍ବକ ପୂଜା କରିବା ଦ୍ବାରା ବିବାହ ସମ୍ବନ୍ଧୀୟ ସମସ୍ତ ଅସୁବିଧା ଦୂର ହୋଇଥାଏ। ଭଗବାନ ଶ୍ରୀ କୃଷ୍ଣଙ୍କ ଭଳି ସ୍ବାମୀ ପାଇବା ପାଇବା ପାଇଁ ଗୋପୀମାନେ ମାତା କାତ୍ଯାୟନୀଙ୍କ ପୂଜା କରିଥାନ୍ତି। ମାଙ୍କୁ ପୂଜା କରିବା ଦ୍ବାରା ଦେବଗୁରୁ ବୃହସ୍ପତି ପ୍ରସନ୍ନ ହୋଇଥାନ୍ତି ଏବଂ କନ୍ଯାଙ୍କୁ ଭଲ ସ୍ବାମୀ ମିଳିଥାଏ।

puja

ପୂଜା କରିବାର ବିଧି:

ମା’ଙ୍କ ପୂଜା କରିବା ସମୟରେ ନିୟମ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ମାଙ୍କ ପୂଜା କରି ପୂର୍ବରୁ ଏକ କାଠ ଉପରେ ଲାଲ କପଡା ପକାଇ ମା’ଙ୍କୁ ସ୍ଥାପିତ କରନ୍ତୁ। ପୂଜାରେ ୫ ପ୍ରକାର ଫଳ, ଫୁଲ, ମିଷ୍ଟାନ୍ନ ଆଦି ପ୍ରୟୋଗ କରନ୍ତୁ। ଏହାଛଡା ମହୁ ମା’ଙ୍କ ପୂଜାରେ ଲଗାନ୍ତୁ। ମାଙ୍କୁ ଆଜିର ଦିନରେ ହଳଦିଆ ରଙ୍ଗରରେ ଶୃଙ୍ଗାର କରନ୍ତୁ।

ମା’ଙ୍କ ପୂଜା ସନ୍ଧ୍ଯାବେଳେ ଗାଈ ଗୋଠରୁ ଫେରିବା ବେଳେ କରନ୍ତୁ। ଏହି ସମୟରେ ବିଧି ପୂର୍ବକ ପୂଜା କରିବା ଦ୍ବାରା ସକାରାତ୍ମକ ଉର୍ଜା ପ୍ରାପ୍ତ ହେବା ସହିତ ଶତ୍ରୁ ନାଶ ହୋଇଥାନ୍ତି ଏବଂ ରୋଗରୁ ମୁକ୍ତି ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.