Below header

ରାଜଧାନୀ କୋଭିଡ ହସ୍ପିଟାଲରେ ନିଆଁ ଲାଗି ୫ ମୃତ, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ରାୟପୁର: କୋଭିଡ ହସ୍ପିଟାଲରେ ନିଆଁ ଲାଗି ୫ ମୃତ। ଶନିବାର ସନ୍ଧ୍ୟାରେ ଛତିଶଗଡର ରାଜଧାନୀ ରାୟପୁରର ଏକ ବେସରକାରୀ ହସ୍ପିଟାଲରେ ନିଆଁ ଲାଗି ୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ରାୟପୁର ଜିଲ୍ଲାର ବରିଷ୍ଠ ପୋଲିସ ଅଧୀକ୍ଷକ ଅଜୟ ଯାଦବ ଶନିବାର ସୂଚନା ଦେବା ଅବସରରେ କହିଛନ୍ତି ଯେ ସହରର ପଚପେଡ଼ି ନାକା ଅଞ୍ଚଳରେ ସ୍ଥିତ ରାଜଧାନୀ ହସ୍ପିଟାଲରେ ଶନିବାର ସନ୍ଧ୍ୟାରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ମହିଳା ଅଛନ୍ତି।

ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ ଯୋଗୁଁ ଘଟିଛି। ନିଆଁ ଏତେ ଭୟଙ୍କର ଥିଲା ଯେ ରୋଗୀମାନେ ଭୟରେ ଦୌଡ଼ିଥିଲେ। କିଛି ରୋଗୀଙ୍କୁ ଷ୍ଟ୍ରେଚରରେ ଡାକ୍ତରଖାନାରୁ ବାହାରକୁ ନିଆଯାଇଥିଲା। ଏହି ଘଟଣାରେ ୫ ରୋଗୀ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ପୁଲିସ ଏହି ଘଟଣାର ତଦନ୍ତ କରୁଛି। ପ୍ରାଥମିକ ତଦନ୍ତ କରି ପୁଲିସ କହିଛି, ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏହି ଅଘଟଣ ଘଟିଛି।

ଅନ୍ୟପଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଘଟଣାକୁ ନେଇ ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ଚାରି ଲକ୍ଷ ତାଙ୍କ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.