Below header

ମାନୁଆଲ ଗିଅରଯୁକ୍ତ କାର ଚଲାଇବା ସମୟରେ ଏହି କଥା ସବୁ ଧ୍ୟାନରେ ରଖନ୍ତୁ, କେବେ ବି କରନ୍ତୁନି ଏମିତି ଭୁଲ୍

ଅଟୋମେଟିକ କାରର ଡିମାଣ୍ଡ ଦିନକୁ ଦିନ ବଢିବାରେ ଲାଗିଛି। କିନ୍ତୁ ମାନୁଆଲ ଗିଅରବକ୍ସ କାରର ସଂଖ୍ଯା ମଧ୍ୟ କିଛି କମ୍ ନାହିଁ। ମାନୁଆଲ ଗିଅରବକ୍ସ କାର ଚଲାଇବା ସମୟରେ କିଛି ଲୋକ ଏମିତି ଭୁଲ କରନ୍ତୁ, ଫଳରେ ଦୁର୍ଘଟଣା ହୋଇଥାଏ। ଆଜି ଆମେ ଏମିତି କିଛି ଭୁଲ ବିଷୟରେ ଜଣାଇବୁ, ଯାହା ମାନୁଆଲ ଗିଅରବକ୍ସ ଥିବା କାର ଚଲାଇବା ସମୟରେ କଦାପି କରିବା ଉଚିତ ନୁହେଁ।

କ୍ଲଚ ପେଡାଲରେ ସୁବବେଳେ ପାଦ ରଖିବା ଉଚିତ ନୁହେଁ :

ମାନୁଆଲ ଗିଅରବକ୍ସ କାରର କ୍ଲଚ ପେଡାଲରେ ସବୁବେଳେ ପାଦ ରଖିବା ଉଚିତ ନୁହେଁ। ଏମିତି କରିବା ଭୁଲ୍। ଏମିତି କଲେ ଅନେକ ସମସ୍ଯା ଦେଖାଦିଏ। ହଠାତ୍ ବ୍ରେକ ଲଗାଇବା ସମୟରେ ହଡବଡିରେ ବ୍ରେକ ଜାଗାରେ କ୍ଲଚ ଦବିଯାଏ। ତେଣୁ ଡେଡ୍ ପେଡାଲ ବ୍ଯବହାର କରିବା ଉଚିତ।

ଟ୍ରାଫିକ ସିଗନାଲରେ କାରକୁ ନ୍ଯୁଟ୍ରାଲରେ ରଖନ୍ତୁ:

ଟ୍ରାଫିକରେ ଷ୍ଟପ ସିଗନାଲରେ କାରକୁ କେବେ ବି ଗିଅରରେ ରଖନ୍ତୁ ନାହିଁ। ସିଗନାଲରେ ଗ୍ରୀନ ହେବା ସମୟରେ ପ୍ରଥମେ କ୍ଲଚରୁ ପାଦ ଖସିଯିବା ଭୟ ରହିଥାଏ। ଏମିତି ହେଲେ କାର ଆପେ ଆପେ ଆଗକୁ ଚାଲିଯିବ। ଆଉ କେବେ ବି ସିଗନାଲରେ କାରର ଇଂଜିନ ବନ୍ଦ କରନ୍ତୁ ନାହିଁ। ତେଣୁ କାରକୁ ନ୍ଯୁଟ୍ରାଲରେ ସବୁବେଳେ ରଖନ୍ତୁ।

ସ୍ପିଡ ବଢାଇବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ:

ସ୍ପିଡ ବଢାଇବା ସମୟରେ ଗିଅର ହସାବରେ ସ୍ପିଡ ବଢାନ୍ତୁ। କମ୍ ଗିଅରରେ ଅଧିକ ସ୍ପିଡ ଦେଲେ ଗାଡିର ଇଂଜିନ ଉପରେ ପ୍ରଭାବ ପଡିବ ଏବଂ ଗାଡିରୁ ଶବ୍ଦ ବାହାରିବ। ଇଂଜିନ ଜଲଦି ଖରାପ ହୋଇଯିବ।

gear
photo credit: Cars

ଗିଅର ଲିଭର ଉପରେ ହାତ ରଖନ୍ତୁ ନାହିଁ :

ଗିଅର ଲିଭର ବ୍ଯବହାର କରିବା ସମୟରେ ହାତକୁ ସବୁବେଳେ ଲିଭର ଉପରେ ରଖନ୍ତୁ ନାହିଁ। ଏମିତି କରିବା ଦ୍ବାରା ମାନୁଆଲ ଟ୍ରାନ୍ସମିଶନ ସମୟରେ କେବଳ ଗିଅର ଲିଭର ଦେଖାଯାଏ କିନ୍ତୁ ଏହା ପଛର ଫଙ୍କସନ ଦେଖାଯାଏ ନାହିଁ। ଗିଅର ବଦଳାଇବା ସମୟରେ ସ୍ଥିର ରହୁଥିବା ସିଲେକ୍ଟର ଫୋର୍କ ରୋଟେଟିଂ କଲର ଆଡକୁ ଯାଇଥାଏ ଏବଂ କଲର ଗିଅର ସେହି ପୋଜିସନରେ ଦବିଥାଏ। ଯେଉଁ ପୋଜିସନରେ ଆପଣ ଡ୍ରାଇଭ କରିବାକୁ ଚାହିଁଥାନ୍ତି। ଯଦି ଆପଣ ଗିଅର ଲିଭର ଉପରେ ହାତ ରଖିଥିବେ ତେବେ ସିଲେକ୍ଟର ଫୋର୍କ ରୋଟେଟିଂ କଲର ସଂପର୍କରେ ଆସିଥାଏ ଏବଂ ଗିଅର ବଦଳାଇବାର ଆଶଙ୍କା ରହିଥାଏ। ତେଣୁ କାର ଚଲାଇବା ବେଳେ ହାତକୁ ଷ୍ଟିଅରିଂ ଉପରେ ରଖନ୍ତୁ, ଦରକାର ସମୟରେ ଗିଅର ବଦଳାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.