Below header

ଏତଲା ଦେବା ପରେ ଥାନାରେ ରୁଜୁ ହେଉ ନଥିଲା ମାମଲା, IICଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ୟୁଜ୍):  ଏତଲା ଦେବା ପରେ ବି ଥାନାରେ ରୁଜୁ ହେଉ ନଥିଲା ମାମଲା । ହାଇକୋର୍ଟରେ ଆବେଦନ ହେବା ପରେ ରୁଜୁ ହେଲା ମାମଲା । ହାଇକୋର୍ଟ ମାମଲାର ଶୁଣାଣି କରି ଥାନା ଅଧିକାରୀମାନଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରିବାକୁ ନିର୍ଦେଶ ଦେଇଛନ୍ତି । ଏକ ଚେକ ବାଉନ୍‌ସ ମାମଲାରେ ଜନୈକା ମହିଳାଙ୍କୁ କଟକ ମଧୁପାଟଣା ଥାନା ପୋଲିସ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ ସଂପୃକ୍ତ ମହିଳା ।

ଏହାସହ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗରେ ଲାଲବାଗ ଥାନାରେ ଏକ ଏତଲା ଦେଇଥିଲେ ଅଭିଯୋଗକାରିଣୀ । ପରବର୍ତ୍ତୀ ସମୟରେ ଥାନା ତାଙ୍କ ଏତଲା ଗ୍ରହଣ କରୁନଥିବା ଅଭିଯୋଗ ଆଣି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.