Below header

ସିଙ୍ଗର ତଥା କମେଡିଆନ ସୁଗନ୍ଧା ମିଶ୍ର ସଂକେତ ଭୋସଲେ ସହିତ କଲେ ନିର୍ବନ୍ଧ, ସେୟାର କଲେ ଫଟୋ

ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ କମେଡିଆନ ସୁଗନ୍ଧା ମିଶ୍ର ଏବଂ ସଂକେତ ଭୋସଲେ ନିର୍ବନ୍ଧ କରିନେଇଛନ୍ତି। ଦୁହେଁ କିଛିଦିନ ଧରି ପରସ୍ପରକୁ ଡେଟ୍ କରୁଥିଲେ। ଏବେ ଦୁହେଁ ସଂପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି। ରୋମାଣ୍ଟିକ ଫଟୋ ସେୟାର କରି ସୁଗନ୍ଧା ଅଫିସିଆଲ ଘୋଷଣା କରିଛନ୍ତି। ସୁଗନ୍ଧାଙ୍କୁ ଆପଣମାନେ କମେଡି ଶୋ ‘ ଦ କପିଲ ଶର୍ମା ଶୋ’ରେ ନିଶ୍ଚିତ ଦେଖିଥିବେ।

ସୁଗନ୍ଧା ସଂକେତଙ୍କ ସହିତ ଏକ ରୋମାଣ୍ଟିକ ଫଟୋ ସେୟାର କରି ଲେଖିଛନ୍ତି କି, ‘ ସବୁଦିନ ପାଇଁ #gettingmarried”। ସୁଗନ୍ଧାଙ୍କ ଏହି ଫଟୋରେ ଟିଭି ଏବଂ ବଲିଉଡ ଇଣ୍ଡଷ୍ଟ୍ରୀର ଅନେକ ସେଲିବ୍ରିଟ୍ ଶୁଭେଚ୍ଛା ଜଣାଇଛନ୍ତି। କେବଳ ସୁଗନ୍ଧା ନୁହେଁ ସଂକେତ ମଧ୍ୟ ସୁଗନ୍ଧାଙ୍କ ସହିତ ଏକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.