ରାଜ୍ୟ

ଭୁବନେଶ୍ୱର: ପ୍ରେସ୍‌ମିଟ୍‌ରେ କେନ୍ଦ୍ରର ନୂଆ କୃଷି ବିଲ୍‌କୁ ନେଲେ ନେଇ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ରର ନୂଆ କୃଷି ବିଲ୍‌କୁ କଂଗ୍ରେସର ବିରୋଧ । ନିକଟରେ ସଂସଦରେ ଗୃହୀତ ହୋଇଥିବା କୃଷି ବିଲ୍‌ ଚାଷୀ ବିରୋଧୀ କହି କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ । ଭୁବନେଶ୍ୱରରେ ପ୍ରେସ୍‌ମିଟ୍‌ରେ ଦିଗ୍‌ବିଜୟ କହିଛନ୍ତି, ନୂଆ ଆଇନରେ କେନ୍ଦ୍ର ସରକାର ଏମ୍‌ଏସ୍‌ପି ରଖିବାକୁ ଚାହୁଁନାହାଁନ୍ତି । ଯଦି ଚାହୁଁଛନ୍ତି, ତେବେ ଆଇନରେ ବ୍ୟବସ୍ଥା କରିନାହାଁନ୍ତି କାହିଁକି । କୃଷି ବିଲ୍‌ ଅଗଣତାନ୍ତ୍ରିକ ପ୍ରକ୍ରିୟାରେ ଗୃହୀତ ହୋଇଛି ।

ଅନ୍ତର୍ଜାତୀୟ ଚାପ ଯୋଗୁଁ ମୋଦି ଚାଷୀ ବିରୋଧୀ ଆଇନ କରୁଛନ୍ତି । ଆଗକୁ କୃଷି ବିଲ୍‌କୁ ନେଇ ଦେଶବ୍ୟାପୀ ବିରୋଧ କରିବ କଂଗ୍ରେସ । ଏଥିପାଇଁ ବିଜେଡି ସମେତ ସମଗ୍ର ଅଣବିଜେପି ଦଳ ସାମିଲ ହେବାକୁ ଆହ୍ଵାନ କରିଛନ୍ତି ଦିଗ୍‌ବିଜୟ । ଏପଟେ କଂଗ୍ରେସ ଅଭିଯୋଗର କଡ଼ା ଜବାବ ରଖଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । କହିଛନ୍ତି, ୫୦ ବର୍ଷ ଧରି ଶାସନ କରୁଥିବା ଦଳ ଆମକୁ ପ୍ରଶ୍ନ କରୁଛି, କୃଷି ବିଲ୍‌ରେ ଏମ୍‌ଏସ୍‌ପିର ବ୍ୟବସ୍ଥା କାହିଁକି ହୋଇନାହିଁ । ଯଦି କୌଣସି ଆଇନ୍‌ ଏମ୍‌ଏସ୍‌ପି ପାଇଁ ଆବଶ୍ୟକତା ଥିଲା, ତାହାଲେ ସେମାନେ ୫୦ ବର୍ଷ ମଧ୍ୟରେ କାହିଁକି ଆଣିଲେ ନାହିଁ । ଏମ୍‌ଏସ୍‌ପି ସରକାରଙ୍କ ଏକ ପ୍ରଶାସନିକ ନିର୍ଣ୍ଣୟ ଏବଂ ଏହା ଜାରି ରହିବ ।

KNews Bureau

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

5 hours ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

6 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

7 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

7 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

8 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

9 hours ago