ଭୁବନେଶ୍ୱର: ପ୍ରେସ୍ମିଟ୍ରେ କେନ୍ଦ୍ରର ନୂଆ କୃଷି ବିଲ୍କୁ ନେଲେ ନେଇ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ରର ନୂଆ କୃଷି ବିଲ୍କୁ କଂଗ୍ରେସର ବିରୋଧ । ନିକଟରେ ସଂସଦରେ ଗୃହୀତ ହୋଇଥିବା କୃଷି ବିଲ୍ ଚାଷୀ ବିରୋଧୀ କହି କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ । ଭୁବନେଶ୍ୱରରେ ପ୍ରେସ୍ମିଟ୍ରେ ଦିଗ୍ବିଜୟ କହିଛନ୍ତି, ନୂଆ ଆଇନରେ କେନ୍ଦ୍ର ସରକାର ଏମ୍ଏସ୍ପି ରଖିବାକୁ ଚାହୁଁନାହାଁନ୍ତି । ଯଦି ଚାହୁଁଛନ୍ତି, ତେବେ ଆଇନରେ ବ୍ୟବସ୍ଥା କରିନାହାଁନ୍ତି କାହିଁକି । କୃଷି ବିଲ୍ ଅଗଣତାନ୍ତ୍ରିକ ପ୍ରକ୍ରିୟାରେ ଗୃହୀତ ହୋଇଛି ।
ଅନ୍ତର୍ଜାତୀୟ ଚାପ ଯୋଗୁଁ ମୋଦି ଚାଷୀ ବିରୋଧୀ ଆଇନ କରୁଛନ୍ତି । ଆଗକୁ କୃଷି ବିଲ୍କୁ ନେଇ ଦେଶବ୍ୟାପୀ ବିରୋଧ କରିବ କଂଗ୍ରେସ । ଏଥିପାଇଁ ବିଜେଡି ସମେତ ସମଗ୍ର ଅଣବିଜେପି ଦଳ ସାମିଲ ହେବାକୁ ଆହ୍ଵାନ କରିଛନ୍ତି ଦିଗ୍ବିଜୟ । ଏପଟେ କଂଗ୍ରେସ ଅଭିଯୋଗର କଡ଼ା ଜବାବ ରଖଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । କହିଛନ୍ତି, ୫୦ ବର୍ଷ ଧରି ଶାସନ କରୁଥିବା ଦଳ ଆମକୁ ପ୍ରଶ୍ନ କରୁଛି, କୃଷି ବିଲ୍ରେ ଏମ୍ଏସ୍ପିର ବ୍ୟବସ୍ଥା କାହିଁକି ହୋଇନାହିଁ । ଯଦି କୌଣସି ଆଇନ୍ ଏମ୍ଏସ୍ପି ପାଇଁ ଆବଶ୍ୟକତା ଥିଲା, ତାହାଲେ ସେମାନେ ୫୦ ବର୍ଷ ମଧ୍ୟରେ କାହିଁକି ଆଣିଲେ ନାହିଁ । ଏମ୍ଏସ୍ପି ସରକାରଙ୍କ ଏକ ପ୍ରଶାସନିକ ନିର୍ଣ୍ଣୟ ଏବଂ ଏହା ଜାରି ରହିବ ।