ଜେଇଇ ଆଡଭାନ୍ସ ପରୀକ୍ଷା: ଏଥର ବଡ଼ ବୋତାମ କପଡ଼ା ପିନ୍ଧିପାରିବେନି ଅଭ୍ୟାର୍ଥୀ, ଏସଏମଏସରେ ଜଣାପଡ଼ିବ ରିପୋର୍ଟିଂ ଟାଇମ

ଆଇଆଇଟିରେ ପ୍ରବେଶ ପାଇଁ ୨୭ ସେପ୍ଟେମ୍ବରରେ ଜେଇଇ ଆଡଭାନ୍ସ ପରୀକ୍ଷା ଅନୁଷ୍ଠିତ ହେବ। ଏଥର ଛାତ୍ରଛାତ୍ରୀମାନଙ୍କୁ ବଡ଼ ବୋତାମ ଥିବା କୌଣସି ବି ଡ୍ରେସ ପିନ୍ଧି ନ ଆସିବାକୁ କୁହାଯାଇଛି। ସେହିପରି ଚେନ, ମୁଦି, ବ୍ରେସଲେଟ, କାନଫୁଲ, ପେଂଡେଣ୍ଟ, ହେୟାର ପିନ, ହେୟାର ବ୍ୟାଣ୍ଡ ଏବଂ ତାବିଜ ଆଦି ନ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏତଦ ବ୍ୟତୀତ, ସ୍ମାର୍ଟ କି ଡିଜିଟାଲ ଘଣ୍ଟା, ମୋବାଇଲ ଫୋନ, ବ୍ଲୁ ଟୁଥ ଡିଭାଇସ, ଇୟରଫୋନ, ମାଇକ୍ରୋଫୋନ, ପେଜର, ହେଲଥ ବ୍ୟାଣ୍ଡ ସମେତ କୌଣସି ବି ପ୍ରକାର ଇଲେକ୍ଟ୍ରୋନିକ ସାମଗ୍ରୀ ଛାତ୍ରଛାତ୍ରୀ ନେଇପାରିବେ ନାହିଁ।

ରଫ ୱାର୍କ ପାଇଁ ରାଇଟିଙ୍ଗ ପ୍ୟାଡ ଭିତରେ ଦିଆଯିବ। ଛାତ୍ରଛାତ୍ରୀ ନିଜ ନିଜର ମାସ୍କ ପିନ୍ଧିବାକୁ ପଡ଼ିବ। କ୍ୟାରିୟର ବିଶେଷଜ୍ଞଙ୍କ ମୁତାବକ, ଯେଉଁ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କ୍ୱାଲିଫାଏ କରିବେ, ସେମାନଙ୍କୁ କାଉନସିଲିଂ ଆରମ୍ଭ ହେଲେ ଜାତି ଏବଂ ଆୟ ପ୍ରମାଣପତ୍ର ସହ ଅନ୍ୟାନ୍ୟ ପ୍ରମାଣପତ୍ର କୁହାଯାଇଥିବା ଫର୍ମାଟରେ ଜମା କରିବାକୁ ହେବ।

rr

କରୋନା ଯୋଗୁ ଅନେକ ଛାତ୍ର ସରକାରୀ କାର୍ଯ୍ୟାଳୟରୁ ଏହି ପ୍ରମାଣପତ୍ର ସମୟ ପୂର୍ବରୁ ହାସଲ କରିପାରିନାହାନ୍ତି। The Joint Seat Allocation Authority (JOSA) ଛାତ୍ରମାନଙ୍କୁ ଛାଡ଼ କରିଛି କି, ସେମାନେ କାଉନସିଲିଂ ରେଜିଷ୍ଟ୍ରେସନ ବଦଳରେ ଅନଲାଇନ ଆଡମିଶନ ଏବଂ ଫିସ ସବମିଶନ ସମୟରେ ଜରୁରୀ ପ୍ରମାଣପତ୍ର ଜମା କରିପାରିବେ।

ପରୀକ୍ଷା କେନ୍ଦ୍ରରେ ଯେପରି ଭିଡ଼ ନ ହେବ, ସେଥିପାଇଁ ଅଲଗା ଅଲଗା ସମୟରେ ଡକାଯିବ। ଅଭ୍ୟାର୍ଥୀମାନଙ୍କୁ ରିପୋର୍ଟିଂ ଟାଇମର ସୂଚନା ଏସଏମଏସରେ ଦିଆଯିବ। ସକାଳ ୯ଟାରେ ହେବାକୁ ଥିବା ପେପର ପାଇଁ ୭ଟାରୁ ରିପୋର୍ଟିଂ ଆରମ୍ଭ ହେବ। ପରୀକ୍ଷା ଆରମ୍ଭ ହେବାର ୨୫ ମିନିଟ ପୂର୍ବରୁ ଛାତ୍ରଛାତ୍ରୀ କମ୍ପ୍ୟୁଟର ଲଗଇନ କରି ଜରୁରୀ ନିର୍ଦ୍ଦେଶ ପଢିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.