Categories: ରାଜ୍ୟ

କୋଣାର୍କର ଅଧିଷ୍ଟାତ୍ରୀ ଦେବୀ ମାଆ ରାମଚଣ୍ଡୀଙ୍କ ପୀଠ ଚଳଚଞ୍ଚଳ, ଏପଟେ ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଶ୍ୱୀରଙ୍କ ଧବଳମୁଖୀ ବେଶ

କୋଣାର୍କ(କେନ୍ଯୁଜ୍) : ବିଭିନ୍ନ ଶକ୍ତି ପୀଠରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ପୂଜା। ଏଥିପାଇଁ ଚଳଚଞ୍ଚଳ କୋଣାର୍କର ଅଧିଷ୍ଟାତ୍ରୀ ଦେବୀ ମାଆ ରାମଚଣ୍ଡୀଙ୍କ ପୀଠ। ସବୁ ଶକ୍ତି ପୀଠରେ ଗୋଟିଏ ବେଳା ଚଣ୍ଡୀପାଠ ହେଉଥିବାବେଳେ ଏଠାରେ ଦୁଇ ବେଳା ଚଣ୍ଡୀ ପାଠ କରାଯାଇଥାଏ। ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ଯନ୍ତ ମାଆଙ୍କ ଷୋଡଶ ଉପଚାର ପୂଜା ସହିତ ପ୍ରତିଦିନ ବିଭିନ୍ନ ବେଶରେ ଦର୍ଶନ ଦେଇଥାନ୍ତି। ଏଠାରେ ବଳି ରୂପେ ପ୍ରତିଦିନ ମାଛ ପୋଡା ଭୋଗ ଦିଆଯାଇଥାଏ। ତା ସାଙ୍ଗକୁ ଏହି ଷୋହଳ ଦିନ ମାଆଙ୍କୁ ଏଣ୍ଡୁରୀ ପୀଠ ଭୋଗ ଲଗାଯାଇଥାଏ। ମାଆଙ୍କ ଦର୍ଶନ ପାଇଁ ପ୍ରତିଦିନ ଭକ୍ତଙ୍କ ଭିଡ ଲାଗିଥାଏ।

ମାଆ ସମଲେଶ୍ୱୀରଙ୍କ ଧବଳମୁଖୀ ବେଶ :

ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଶ୍ୱୀରଙ୍କ ଧବଳମୁଖୀ ବେଶ। ବର୍ଷ ସାରା ଭକ୍ତଙ୍କୁ ମାଆ ସିନ୍ଦୁର ବେଶରେ ଦର୍ଶନ ଦେଉଥିବାବେଳେ କେବଳ ମହାଳୟା ଦିନ ଶ୍ୱେତବର୍ଣ୍ଣରେ ଦର୍ଶନ ଦେଇଥାନ୍ତି। ମାଆଙ୍କ ଏହି ବେଶକୁ ଗଙ୍ଗା ଦର୍ଶନ ବେଶ ମଧ୍ୟ କୁହାଯାଏ। ପିତୃ ପକ୍ଷ ପାଳନର ଶେଷ ଦିନରେ ମାଆଙ୍କ ଏହି ବେଶ ଦର୍ଶନ କଲେ ପୂଣ୍ୟ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଦୂର ଦୂରାନ୍ତରୁ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି। ଆସନ୍ତାକାଲିଠୁ ନବରାତ୍ର ଉପଲକ୍ଷେ ମାଆଙ୍କ ବନ ଦୁର୍ଗା ବେଶ ଅନୁଷ୍ଠିତ ହେବ।

KNews Bureau

Recent Posts

ଅତ୍ୟଧିକ ଗରମ ଯୋଗୁଁ ଫାଟିଯିବ ଗାଡ଼ି ଟାୟାର, ଧ୍ୟାନରେ ରଖନ୍ତୁ ଏହି ଜିନିଷ

ବର୍ତ୍ତମାନ ସମଗ୍ର ଦେଶରେ ଅତ୍ୟଧିକ ଗରମ ହେଉଛି ଏବଂ ଏହି ଗରମରେ ଆପଣ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ…

8 mins ago

ବିନା ପାରିଶ୍ରମିକରେ ମନ୍ଦିର ଚତୁଃପାର୍ଶ୍ଵରେ ଚିତ୍ର ଆଙ୍କି ପ୍ରଶଂସା ସାଉଁଟିଲେ ୧୫ଜଣ ଚିତ୍ରକର

ବ୍ରହ୍ମପୁର(କେନ୍ୟୁଜ): କାନ୍ଥରେ ରଙ୍ଗ ବେରଙ୍ଗର ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିବାରେ ଲାଗିପଡିଛନ୍ତି ଏହି ଚିତ୍ରକରମାନେ । ପ୍ରଚଣ୍ଡ ରୌଦ୍ର ତାପକୁ…

25 mins ago

ଆଜିଠୁ ଜଳିବ ପଶ୍ଚିମ ଓଡିଶା: ବଲାଙ୍ଗୀର, ବରଗଡ଼ ଓ ନୂଆପଡାକୁ ହିଟଓ୍ବେଭ ଆଲର୍ଟ

ଭୁବନେଶ୍ୱର (କେନ୍ୟୁଜ); ଆଜିଠୁ ଜଳିବ ପଶ୍ଚିମ ଓଡିଶା ।  ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗୀର, ବରଗଡ଼ ଏବଂ ନୂଆପଡାକୁ…

34 mins ago

ଆଇଫୋନରେ ମିଳୁଛି ୨୧% ଡିସକାଉଣ୍ଟ, ଶୀଘ୍ର ଉଠାନ୍ତୁ ଅଫରର ଲାଭ

ଯଦି ଆପଣ ଆଇଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ବର୍ତ୍ତମାନ ଇ-କମର୍ସ…

1 hour ago

ଆଜି କଂଗ୍ରେସ ୱାର୍କିଂ କମିଟି ବୈଠକ, ବିରୋଧୀ ଦଳ ନେତା ହୋଇପାରନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ଫଳାଫଳ ପରେ ଆଜି ବସିବ କଂଗ୍ରେସ ୱାର୍କିଂ କମିଟି ବୈଠକ । ଏଥିରେ ଦଳର…

2 hours ago

ପୁଣି ଟିଟ୍ବେଣ୍ଟି ବିଶ୍ବକପରେ ବଡ଼ ବିପର୍ଯ୍ୟୟ, ନ୍ୟୁଜିଲାଣ୍ଡକୁ ହରାଇଲା ଆଫଗାନିସ୍ତାନ

ଟି୨୦ ବିଶ୍ବକପରେ ପୁଣି ବଡ଼ ଓଲଟପାଲଟ । ସର୍ପରାଇଜ୍ ଦେଲା ଆଫଗାନିସ୍ତାନ । ହାରିଲା ନ୍ୟୁଜିଲାଣ୍ଡ । ୧୬୦ ରନର…

2 hours ago