Below header

କୋଣାର୍କର ଅଧିଷ୍ଟାତ୍ରୀ ଦେବୀ ମାଆ ରାମଚଣ୍ଡୀଙ୍କ ପୀଠ ଚଳଚଞ୍ଚଳ, ଏପଟେ ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଶ୍ୱୀରଙ୍କ ଧବଳମୁଖୀ ବେଶ

କୋଣାର୍କ(କେନ୍ଯୁଜ୍) : ବିଭିନ୍ନ ଶକ୍ତି ପୀଠରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ପୂଜା। ଏଥିପାଇଁ ଚଳଚଞ୍ଚଳ କୋଣାର୍କର ଅଧିଷ୍ଟାତ୍ରୀ ଦେବୀ ମାଆ ରାମଚଣ୍ଡୀଙ୍କ ପୀଠ। ସବୁ ଶକ୍ତି ପୀଠରେ ଗୋଟିଏ ବେଳା ଚଣ୍ଡୀପାଠ ହେଉଥିବାବେଳେ ଏଠାରେ ଦୁଇ ବେଳା ଚଣ୍ଡୀ ପାଠ କରାଯାଇଥାଏ। ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ଯନ୍ତ ମାଆଙ୍କ ଷୋଡଶ ଉପଚାର ପୂଜା ସହିତ ପ୍ରତିଦିନ ବିଭିନ୍ନ ବେଶରେ ଦର୍ଶନ ଦେଇଥାନ୍ତି। ଏଠାରେ ବଳି ରୂପେ ପ୍ରତିଦିନ ମାଛ ପୋଡା ଭୋଗ ଦିଆଯାଇଥାଏ। ତା ସାଙ୍ଗକୁ ଏହି ଷୋହଳ ଦିନ ମାଆଙ୍କୁ ଏଣ୍ଡୁରୀ ପୀଠ ଭୋଗ ଲଗାଯାଇଥାଏ। ମାଆଙ୍କ ଦର୍ଶନ ପାଇଁ ପ୍ରତିଦିନ ଭକ୍ତଙ୍କ ଭିଡ ଲାଗିଥାଏ।

ମାଆ ସମଲେଶ୍ୱୀରଙ୍କ ଧବଳମୁଖୀ ବେଶ :

maaaaaସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଶ୍ୱୀରଙ୍କ ଧବଳମୁଖୀ ବେଶ। ବର୍ଷ ସାରା ଭକ୍ତଙ୍କୁ ମାଆ ସିନ୍ଦୁର ବେଶରେ ଦର୍ଶନ ଦେଉଥିବାବେଳେ କେବଳ ମହାଳୟା ଦିନ ଶ୍ୱେତବର୍ଣ୍ଣରେ ଦର୍ଶନ ଦେଇଥାନ୍ତି। ମାଆଙ୍କ ଏହି ବେଶକୁ ଗଙ୍ଗା ଦର୍ଶନ ବେଶ ମଧ୍ୟ କୁହାଯାଏ। ପିତୃ ପକ୍ଷ ପାଳନର ଶେଷ ଦିନରେ ମାଆଙ୍କ ଏହି ବେଶ ଦର୍ଶନ କଲେ ପୂଣ୍ୟ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଦୂର ଦୂରାନ୍ତରୁ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି। ଆସନ୍ତାକାଲିଠୁ ନବରାତ୍ର ଉପଲକ୍ଷେ ମାଆଙ୍କ ବନ ଦୁର୍ଗା ବେଶ ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.