ଭଦ୍ରକ: ନିଆଁ ଆଁରେ ୫ଟି ପରିବାରର ୧୦ ବଖରା ଘର ଜଳିପୋଡି ପାଉଁଶ

ଭଦ୍ରକ(କେନ୍ଯୁଜ୍) : ଭୟାବହ ଅଗ୍ନିକାଣ୍ଡ। ନିଆଁର ଆଁରେ ଜଳିପୋଡି ପାଉଁଶ ହୋଇଗଲା ୫ଟି ପରିବାରର ୧୦ ବଖରା ଘର। ଭଦ୍ରକ ଧୁଷୁରୀ ଥାନା ଖଡିମାହାରା ଗାଁରେ ଏହି ଅଗ୍ନିକାଣ୍ଡ ଘଟିଛି। ଗତକାଲି ରାତିରେ ତପନ ପଣ୍ଡାଙ୍କ ଘରେ ପ୍ରଥମେ ନିଆଁ ଲାଗିଯାଇଥିଲା। ପରେ ଏହା ଅନ୍ୟ ମାନଙ୍କ ଘରକୁ ବ୍ୟାପିଯାଇଥିଲା। ଖବର ପାଇ ଧାମନଗର ଦମକଳ ବାହିନୀ ଗାଁରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ସେତେବେଳକୁ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଓ ଧାନ ଚାଉଳ ପୋଡି ପାଉଁଶ ହୋଇଯାଇଥିଲା।

fire1

ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ନିଆଁରେ ପୋଡି ହୋଇ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଧୁଷୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

You might also like