Below header

ଚିଲିକା ମତ୍ସ୍ୟଜୀବୀ ମହାସଂଘର କର୍ମକର୍ତ୍ତା ଚୟନ ଓ ଆଗାମୀ କାର୍ଯ୍ଯପନ୍ଥା ପାଇଁ ଗ୍ରହଣ କରାଗଲା ନିଷ୍ପତ୍ତି

ଚିଲିକା(କେନ୍ଯୁଜ୍) : ଚିଲିକା ମତ୍ସ୍ୟଜୀବୀ ମହାସଂଘର କର୍ମକର୍ତ୍ତା ଚୟନ ଓ ଆଗାମୀ କାର୍ଯ୍ଯପନ୍ଥା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନେଇ ଚିଲିକା ବ୍ଲକ୍‌ ସୋରଣ ମା ଯୋଗମାୟା ପୀଠରେ ଶହଶହ ସଂଖ୍ୟାରେ ମତ୍ସ୍ୟଜୀବୀ ଏକତ୍ରିତ ହୋଇଥିଲେ ।  ସୋରଣ ଗ୍ରାମ କମିଟିର ସଭାପତି କିଶୋର ବେହେରାଙ୍କ ସଭାପତିତ୍ୱରେ ନିର୍ବାଚନ କରାଯାଇ ମହାଦେବ ବେହେରାଙ୍କୁ ସଭାପତି , ଭୀମସେନ ବେହେରାଙ୍କୁ  ସମ୍ପାଦକ ଓ ଭରତ ବେହେରାଙ୍କୁ କୋଷଧ୍ୟକ୍ଷ କରାଯାଇଛି। ଚିଲିକାକୁ ସମ୍ପୂର୍ଣ୍ଣ ଘେରି କରାଯିବା ଓ ବେନାମୀ ଚିଙ୍ଗୁଡି ଚାଷ ଦ୍ୱାରା ଚିଲିକାର ଜୈବ ବିବିଧତ ନଷ୍ଟ ହେଉଥିବା ସମ୍ପର୍କରେ ନିର୍ବାଚିତ ପ୍ରତିନିଧିମାନେ ସିଡିଏ ଓ ସରକାରଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି । ଚିଲିକାକୁ ଘେରିମୁକ୍ତ ଓ ଜୈବ ବିବିଧତା ବଜାଇ ରଖିବା ପାଇଁ ମତ୍ସ୍ୟଜୀବୀ ମହାସଂଘ ସରକାରଙ୍କ ପାଖରେ ଦାବି ରଖିଛି। ଏଥିପାଇଁ ମତ୍ସ୍ୟଜୀବୀ ମହାସଂଘ ଗଠନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.