ଯବାନଙ୍କୁ ଟାର୍ଗେଟ୍‌ କରିବାକୁ ମାଓବାଦୀଙ୍କ ନୂଆ ରଣ କୌଶଳ, ଅସ୍ତ୍ର ଭାବେ ବ୍ୟବହାର କରିବେ ମାଇକ୍ରୋ ଆଇଇଡି

ମାଲକାନଗିରି(କେନ୍ଯୁଜ୍) : ଯବାନଙ୍କୁ ଟାର୍ଗେଟ୍‌ କରିବାକୁ ମାଓବାଦୀଙ୍କ ନୂଆ ରଣ କୌଶଳ । ଏଣିକି ନୂଆ ଅସ୍ତ୍ର ଭାବେ ବ୍ୟବହାର କରିବେ ମାଇକ୍ରୋ ଆଇଇଡି । ଏହା ଦେଖିବାକୁ ଦୀପାବଳୀ ବାଣ ପରି ଛୋଟ । ଏହି ମାଇକ୍ରୋ ଆଇଇଡିକୁ ଗଛର ପତ୍ରରେ ଲଗାଯାଇପାରିବ । ଯବାନମାନେ ଗଛ ନିକଟକୁ ଗଲେ ଅତି ସହଜରେ ବିସ୍ଫୋରଣ କରିହେବ । ଏପରି କିଛି ଆଇଇଡିକୁ ଜବତ କରିଛନ୍ତି ଯବାନ । ମାଲକାନଗିରି ତାଡାମେଟାଲ ଜଙ୍ଗଲରୁ ଏସବୁ ଆଇଇଡିକୁ ଜତବ କରାଯାଇଛି । ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ମାଓବାଦୀମାନେ ଏପରି ରଣକୌଶଳ ଆପଣେଇଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.