Below header

ପୁଣି ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜବତ ହେଲା ସୁନା

ଭୁବନେଶ୍ବର(କେନ୍ଯୁଜ୍) : ଗୋଲ୍ଟ ସ୍ମଗଲିଂର ଗେଟ୍‌ୱେ ହୋଇଛି ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦର । ପୁଣି ଜବତ ହେଲା ସୁନା । ୧୭୦.୭୫ ଗ୍ରାମର ସୁନା ଜବତ କଲା କଷ୍ଟମ ବିଭାଗ । ଜବତ ସୁନାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୫୨ ହଜାର ଟଙ୍କା ହେବ। ତାମିଲନାଡୁର ରାମନାଥପୁରମ୍‌ର ଜଣେ ଯାତ୍ରୀଙ୍କଠାରୁ ଏହି ସୁନା ଜବତ ହୋଇଛି। ସେ ଏୟାର ଏସିଆର ଏକ-୩୧ ବିମାନରେ କ୍ୱାଲାଲମ୍ପପୁରରୁ ଆସୁଥିଲେ । ଯାଞ୍ଚ ବେଳେ ତାଙ୍କ ଟ୍ରଲି ବ୍ୟାଗ୍‌ରୁ ଏହି ସୁନା ଜବତ ହୋଇଛି । ଯାତ୍ରୀ ଜଣଙ୍କୁ ଅଟକ ରଖାଯାଇ ପଚାରଉଚରା କରାଯାଉଛି।  ବାରମ୍ବାର ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ ହେଉଛି । ଗତ ମାସ ୧୩ ତାରିଖରେ ୬୯୦ ଗ୍ରାମ୍‌ରୁ ଅଧିକ ସୁନା ଜବତ କରିଥିଲା କଷ୍ଟମ୍ସ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.