ରାଜ୍ୟ

ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରତିକ୍ରିୟା, କହିଲେ ବିଭିନ୍ନ ଜିଲ୍ଲାରେ ଏନିଡିଆରଫ ଓ ଓଡ୍ରାଫ ଟିମ୍ ମୁତୟନ

ଭୁବନେଶ୍ବର: ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ପ୍ରତିକ୍ରିୟା। କହିଲେ ସମଗ୍ର ରାଜ୍ୟରେ ବର୍ଷା ଲାଗି ରହିଛି । ବର୍ଷାରେ ତଳିଆ ଅଞ୍ଚଳରେ ପାଣି ଜମିଛି । କେନ୍ଦ୍ରାପଡା ବାରିପଦା ସମେତ ଅନ୍ୟ କିଛି ସ୍ଥାନରେ ପାଣି ଜମିଛି ଏବଂ ତାକୁ ନିଷ୍କାସନ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି ।

ଆନନ୍ଦପୁର ପାଖରେ ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଛି । ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେବ । ଆସନ୍ତାକାଲି ଭଦ୍ରକ ଓ ଯାଜପୁରର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଥିବା ସହ ଭଦ୍ରକକୁ ଗୋଟିଏ ଏନିଡିଆରଫ ଓ ଗୋଟିଏ ଓଡ୍ରାଫ ଟିମ ପଠାଯାଇଛି । ଯାଜପୁରକୁ ଗୋଟିଏ ଏନିଡିଆରଫ ଓ ଗୋଟିଏ ଓଡ୍ରାଫ ଟିମ ପଠାଯିବ । ବାରିପଦା ଓ ବାଲେଶ୍ବରରେ ଏନିଡିଆରଫ ଓଡ୍ରାଫ ଟିମ ରହିଥିବା ସେ କହିଛନ୍ତି ।

ଏହାସହ କେନ୍ଦ୍ରାପଡା ଓ ଜଗତସିଂହପୁରରେ ଓଡ୍ରାଫ ଟିମ ଅଛନ୍ତି । ଜଗତସିଂହପୁରରେ ହାଂସୁଆ ପାଇକାରେ ମଧ୍ୟ ଜଳସ୍ତର ବଢୁଛି ।
ବର୍ତ୍ତମାନ ଟିମ ପ୍ରସ୍ତୁତ ଅଛନ୍ତି ଯେଉଁଠି ଆବଶ୍ୟକ ହେବ ପଠାଯିବ । ମୟୁରଭଞ୍ଜ ଜିଲ୍ଲାରେ ସିକୁଳି ବ୍ଲକ ଜମୁଡ଼ି ପଂଚାୟତ ର ମହୁରିଆ ଗ୍ରାମର ନନ୍ଦିନୀ ମୁଣ୍ଡାଙ୍କର କାନ୍ଥ ପଡି ମୃତ୍ୟୁ ହୋଇଛି । ତେବେ ସବୁ ଜିଲ୍ଲାପାଳ ମାନଙ୍କୁ ଆଲର୍ଟ ରହିବା ପାଇଁ ନିର୍ଦେଶ ଦେଇଛନ୍ତି  ସ୍ୱତନ୍ତ୍ର ରିଲିଫ କମିଶନର ।

Sonalisa

Recent Posts

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

21 seconds ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

4 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

17 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

34 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

2 hours ago