ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରତିକ୍ରିୟା, କହିଲେ ବିଭିନ୍ନ ଜିଲ୍ଲାରେ ଏନିଡିଆରଫ ଓ ଓଡ୍ରାଫ ଟିମ୍ ମୁତୟନ

ଭୁବନେଶ୍ବର: ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ପ୍ରତିକ୍ରିୟା। କହିଲେ ସମଗ୍ର ରାଜ୍ୟରେ ବର୍ଷା ଲାଗି ରହିଛି । ବର୍ଷାରେ ତଳିଆ ଅଞ୍ଚଳରେ ପାଣି ଜମିଛି । କେନ୍ଦ୍ରାପଡା ବାରିପଦା ସମେତ ଅନ୍ୟ କିଛି ସ୍ଥାନରେ ପାଣି ଜମିଛି ଏବଂ ତାକୁ ନିଷ୍କାସନ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି ।

baitaraniଆନନ୍ଦପୁର ପାଖରେ ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଛି । ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେବ । ଆସନ୍ତାକାଲି ଭଦ୍ରକ ଓ ଯାଜପୁରର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଥିବା ସହ ଭଦ୍ରକକୁ ଗୋଟିଏ ଏନିଡିଆରଫ ଓ ଗୋଟିଏ ଓଡ୍ରାଫ ଟିମ ପଠାଯାଇଛି । ଯାଜପୁରକୁ ଗୋଟିଏ ଏନିଡିଆରଫ ଓ ଗୋଟିଏ ଓଡ୍ରାଫ ଟିମ ପଠାଯିବ । ବାରିପଦା ଓ ବାଲେଶ୍ବରରେ ଏନିଡିଆରଫ ଓଡ୍ରାଫ ଟିମ ରହିଥିବା ସେ କହିଛନ୍ତି ।

bhadrakଏହାସହ କେନ୍ଦ୍ରାପଡା ଓ ଜଗତସିଂହପୁରରେ ଓଡ୍ରାଫ ଟିମ ଅଛନ୍ତି । ଜଗତସିଂହପୁରରେ ହାଂସୁଆ ପାଇକାରେ ମଧ୍ୟ ଜଳସ୍ତର ବଢୁଛି ।
ବର୍ତ୍ତମାନ ଟିମ ପ୍ରସ୍ତୁତ ଅଛନ୍ତି ଯେଉଁଠି ଆବଶ୍ୟକ ହେବ ପଠାଯିବ । ମୟୁରଭଞ୍ଜ ଜିଲ୍ଲାରେ ସିକୁଳି ବ୍ଲକ ଜମୁଡ଼ି ପଂଚାୟତ ର ମହୁରିଆ ଗ୍ରାମର ନନ୍ଦିନୀ ମୁଣ୍ଡାଙ୍କର କାନ୍ଥ ପଡି ମୃତ୍ୟୁ ହୋଇଛି । ତେବେ ସବୁ ଜିଲ୍ଲାପାଳ ମାନଙ୍କୁ ଆଲର୍ଟ ରହିବା ପାଇଁ ନିର୍ଦେଶ ଦେଇଛନ୍ତି  ସ୍ୱତନ୍ତ୍ର ରିଲିଫ କମିଶନର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.