Below header

‘ଇସ୍ ପ୍ୟାର୍ କୋ କ୍ୟା ନାମ ଦୁଁ’ ଅଭିନେତ୍ରୀ ସଂଗୀତା ଶ୍ରୀବାସ୍ତବଙ୍କ ମୃତ୍ୟୁ

ଛୋଟ ପରଦାରେ ପ୍ରସିଦ୍ଧ ଅଭିନେତ୍ରୀ ସଂଗୀତା ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର । ମଙ୍ଗଳବାର ମୁମ୍ବାଇରେ ସଂଗୀତାଙ୍କ ଦେହାନ୍ତ ହୋଇଛି । ସଂଗୀତ ଶ୍ରୀବାସ୍ତବ ‘ଇସ୍ ପ୍ୟାର କୋ କ୍ୟା ନାମ ଦୁଁ’ ଏବଂ ‘ଥପ୍କି ପ୍ୟାର୍ କି’ ସମେତ ଅନେକ ଟିଭି ସିରିଏଲରେ କାମ କରିଥିଲେ । ସଂଗୀତା ଶ୍ରୀବାସ୍ତବ ଦୀର୍ଘ ସମୟ ଧରି ଭାସ୍କୁଲାଇଟିସ୍ ନାମକ ଏକ ରୋଗରେ ପୀଡିତ ଥିଲେ । ଏହି କାରଣରୁ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସଂଗୀତା ଶ୍ରୀବାସ୍ତବ ଟିଭି ସିରିଏଲ୍ ‘ଇସ୍ ପ୍ୟାର୍ କୋ କ୍ୟା ନାମ ଦୁଁ’ ସହିତ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତିଥିଲେ । ଏହି ସିରିଏଲ ୨୦୧୧ ମସିହାରେ ଆରମ୍ଭ ହୋଇଥିଲା । ୨୦୨୦ ବର୍ଷ ମଧ୍ୟ ଭାରତୀୟ ମନୋରଞ୍ଜନ ଜଗତ ପାଇଁ ଅତ୍ୟନ୍ତ ଖରାପ ସମୟ ପାଲଟି ଯାଇଛି । ଗତ କିଛି ମାସ ମଧ୍ୟରେ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରି ଅନେକ ପ୍ରସିଦ୍ଧ କଳାକାରଙ୍କୁ ହରାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.