କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ଖଣ୍ଡଗ୍ରାସ କେତୁଗ୍ରସ୍ତ ସୂର୍ଯ୍ୟୋପରାଗ । ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ ଏହା ବଳୟାକୃତି ସୂର୍ଯ୍ୟୋପରାଗ । ପରାଗ ସମୟରେ ସୂର୍ଯ୍ୟ ଏକ ମୁଦ୍ରିକା ଆକୃତିର ଦେଖାଯିବେ । ୧୯୬୨ ମସିହାରେ ଏଭଳି ସୂର୍ଯ୍ୟୋପରାଗ ଦୃଶ୍ୟମାନ ହୋଇଥିଲା । ଭାରତ ସହିତ ଶ୍ରୀଲଙ୍କା, ସାଉଦି ଆରବ, ସୁମାତ୍ରା ଓ ବୋର୍ଣ୍ଣିଓରେ ମଧ୍ୟ ଏହା ଦୃଶ୍ୟମାନ ହେବ । ସୂର୍ଯ୍ୟୋପରାଗ କର୍କଟ, ସିଂହ, ତୁଳା, କନ୍ୟା, ବିଛା ଓ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଶୁଭ ହେବ । ଅନ୍ୟ ରାଶି ମାନଙ୍କ ପାଇଁ ଅଶୁଭ ରହିବ ବୋଲି କୁହାଯାଉଛି ।ସୂର୍ଯ୍ୟୋପରାଗ ପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ କରାଯାଇଛି। ଆଜି ରାତି ୮ଟା ୨୦ରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ଏଥିପାଇଁ ଆଜି ମହାପ୍ରଭୁ ଅପହୁଡ଼ ରହିବେ । ରାତିତମାମ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଆସନ୍ତାକାଲି ଦିନ ୮ଟା ୨୦ ମିନିଟ ୮ ସେକେଣ୍ଡରେ ସୂର୍ଯ୍ୟ ପରାଗ ସ୍ପର୍ଶ କରିବ । ଦିନ ୧୧ଟା ୩୦ରେ ହେବ ସର୍ବମୋକ୍ଷ । ପରାଗ ଶେଷ ହେବା ପରେ ମହାପ୍ରଭୁଙ୍କୁ ସ୍ନାନ କରାଯିବ ସହ ଅନ୍ୟ ନୀତିକାନ୍ତି କରାଯିବ। ସୂର୍ଯ୍ୟୋପରାଗ ଦେଖିବା ପାଇଁ ପ୍ଲାନେଟାରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଶନିବାର ବିଳମ୍ବିତ ରାତିରେ ଏକ ଜଙ୍ଗଲି ହାତୀ ଆତଙ୍କ ଖେଳାଇଥିଲା । ରାଞ୍ଚି ଜନବସତି ଅଞ୍ଚଳକୁ…
ଆକାଶରେ ବିରଳ ମହାଜାଗତିକ ଘଟଣା । ଗୋଟିଏ ସରଳ ରେଖାରେ ସୌର ମଣ୍ଡଳର ୬ ଗ୍ରହ । ପରେଡ୍ କଲା…
ଲୋକସଭା ନିର୍ବାଚନ ଗଣତି ପୂର୍ବରୁ ନିର୍ବାଚନ ଆୟୋଗ ପ୍ରେସମିଟ୍ କରିଛନ୍ତି । ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ…
Redmi Note 13 ସିରିଜରେ ଆଉ ଏକ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି । ରେଡମିର ଏହି 5G…
ପୁରୀ(କେନ୍ୟୁଜ): ମା’ ରାମଚଣ୍ଡୀ ଠାକୁରାଣୀଙ୍କ ଜଳାଶାୟୀ ଉତ୍ସବ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି । ମା’ଙ୍କ ଉପରେ ସୁବାଷିତ ପାଣି…
ମଖାନା ସ୍ୱାଦରେ ଅମୃତ ପରି ହୋଇଥାଏ । ସେଗୁଡିକକୁ ଆପଣ ଭଜାକି କିମ୍ବା ସାଧା ମଧ୍ୟ ଖାଇପାରିବେ । ତେବେ…