ସୂର୍ଯ୍ୟ ପରାଗ ସମ୍ପର୍କରେ ମନେ ଅଛି କି ନାହିଁ? ଆଜି ରାତି ୮ଟାରେ ….

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ଖଣ୍ଡଗ୍ରାସ କେତୁଗ୍ରସ୍ତ ସୂର୍ଯ୍ୟୋପରାଗ । ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ ଏହା ବଳୟାକୃତି ସୂର୍ଯ୍ୟୋପରାଗ । ପରାଗ ସମୟରେ ସୂର୍ଯ୍ୟ ଏକ ମୁଦ୍ରିକା ଆକୃତିର ଦେଖାଯିବେ । ୧୯୬୨ ମସିହାରେ ଏଭଳି ସୂର୍ଯ୍ୟୋପରାଗ ଦୃଶ୍ୟମାନ ହୋଇଥିଲା । ଭାରତ ସହିତ ଶ୍ରୀଲଙ୍କା, ସାଉଦି ଆରବ, ସୁମାତ୍ରା ଓ ବୋର୍ଣ୍ଣିଓରେ ମଧ୍ୟ ଏହା ଦୃଶ୍ୟମାନ ହେବ । ସୂର୍ଯ୍ୟୋପରାଗ କର୍କଟ, ସିଂହ, ତୁଳା, କନ୍ୟା, ବିଛା ଓ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଶୁଭ ହେବ । ଅନ୍ୟ ରାଶି ମାନଙ୍କ ପାଇଁ ଅଶୁଭ ରହିବ ବୋଲି କୁହାଯାଉଛି ।ସୂର୍ଯ୍ୟୋପରାଗ ପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ କରାଯାଇଛି। ଆଜି ରାତି ୮ଟା ୨୦ରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ଏଥିପାଇଁ ଆଜି ମହାପ୍ରଭୁ ଅପହୁଡ଼ ରହିବେ । ରାତିତମାମ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଆସନ୍ତାକାଲି ଦିନ ୮ଟା ୨୦ ମିନିଟ ୮ ସେକେଣ୍ଡରେ ସୂର୍ଯ୍ୟ ପରାଗ ସ୍ପର୍ଶ କରିବ । ଦିନ ୧୧ଟା ୩୦ରେ ହେବ ସର୍ବମୋକ୍ଷ । ପରାଗ ଶେଷ ହେବା ପରେ ମହାପ୍ରଭୁଙ୍କୁ ସ୍ନାନ କରାଯିବ ସହ ଅନ୍ୟ ନୀତିକାନ୍ତି କରାଯିବ। ସୂର୍ଯ୍ୟୋପରାଗ ଦେଖିବା ପାଇଁ ପ୍ଲାନେଟାରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.