ଓଡ଼ିଆ ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀ ନାୟକଙ୍କ ନାଁରେ ଆସିଥିବା ଠକେଇ ଅଭିଯୋଗର ତଦନ୍ତ ଆରମ୍ଭ

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଆ ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀ ନାୟକଙ୍କ ନାଁରେ ଆସିଥିବା ଠକେଇ ଅଭିଯୋଗର ତଦନ୍ତ ଆରମ୍ଭ । ଅଭିଯୋଗରେ କେତେ ସତ୍ୟତା ରହିଛି ଓ କେଉଁ ପରିସ୍ଥିତିରେ ଚିନ୍ମୟୀ ଠକେଇ କରିଛନ୍ତି ତାର ଖୋଳତାଡ଼ କରୁଛି କମିଶନରେଟ ପୋଲିସ । ଚିନ୍ମୟୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ମୁମ୍ବାଇର ଯୁବକ ପଦ୍ମରାଜୁ ରଭି କୁମାର । ତାଙ୍କ ଅଭିଯୋଗ ଅନୁଯାୟୀ, ଏପ୍ରିଲ ଏକ ତାରିଖରେ ମୁମ୍ବାଇର ପଦ୍ମରାଜୁ ମାଟ୍ରିମୋନିରେ ଚିନ୍ମୟୀଙ୍କ ସହ ତାଙ୍କର ପରିଚିତ ହୋଇଥିଲେ । ପ୍ରଥମେ ବନ୍ଧୁ, ପରେ ପ୍ରେମ ଓ ବିବାହ ଆଡକୁ ସମ୍ପର୍କ ବଢ଼ିଥିଲା । ଆଉ ଏହି ସମୟରେ ଚିନ୍ମୟୀ ନିଜର ଫିଲ୍ମ ପ୍ରମୋସନ ପାଇଁ ପଦ୍ମରାଜୁଙ୍କ ଠାରୁ ଟଙ୍କା, ଦାମୀ ଗିଫ୍ଟ ଆଣିଥିଲେ । ହେଲେ ପରେ ଆଉ ସେ ଧରାଛୁଆଁ ଦେଉନାହାନ୍ତି । ଏନେଇ ଇ-ମେଲ୍‌ ଯୋଗେ ଓଡ଼ିଶା ପୋଲିସ ଓ ଭୁବନେଶ୍ୱର ଡିସିପିଙ୍କ ପାଖରେ ଅଭିଯୋଗ କରିଛନ୍ତି ପଦ୍ମରାଜୁ । ଏହି ଅଭିଯୋଗ ପାଇବା ପରେ ତନାଘନା ଆରମ୍ଭ କରିଛି ଭୁବନେଶ୍ୱର କମିଶନରେଟ ପୋଲିସ । ହେଲେ ଏହାର କେତେ ସତ୍ୟତା ରହିଛି, ତା’ର ଅନୁଧ୍ୟାନ କରାଯାଉଛି । ଏନେଇ ପୋଲିସ କିମ୍ବା ଅଭିଯୋଗ ଆସିଥିବା ଅଭିନେତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.