Below header

କାଳିଆ-ପିଏମ୍‌ କିଷାନ ପରେ ମିଶିବ କି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଓ ଆୟୁଷ୍ମାନ ଭାରତ ଯୋଜନା? ଚାଲିଛି ବିଚାରବିମର୍ଶ

କେନ୍ୟୁଜ୍(ବ୍ୟୁରୋ): ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ । ପୁଣି ଥରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଯଥାଶୀଘ୍ର ଲାଗୁ କରିବାକୁ ସେ ନିବେଦନ କରିଛନ୍ତି। ହର୍ଷବର୍ଦ୍ଧନ କହିଛନ୍ତି, ପୂର୍ବରୁ ଏସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ସରକାର ଅନୁରୋଧ କରିଥିଲେ । ଅପେକ୍ଷା ରଖିଛନ୍ତି, ଖୁବଶୀଘ୍ର ରାଜ୍ୟ ସରକାର ଏଥିରେ ସାମିଲ ହେବେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜୟନ୍ତୀ ଅବସରରେ ଓଡ଼ିଶା ଗସ୍ତରେ ଆସି ଏକଥା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ayushamn 1ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ। ସେ କହିଛନ୍ତି, ଆୟୁଷ୍ମାନ ଭାରତ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଦୁଇଟି ଅଲଗା ଅଲଗା ଯୋଜାନା। ମିଶ୍ରଣ ନେଇ ବିଚାରବିମର୍ଶ ଚାଲିଛି। ନିଷ୍ପତ୍ତି ନେବେ ନବୀନ ।ଆଜି ଭୁବନେଶ୍ୱର ଏମ୍‌ସ ପରିସରରେ ବାଜପେୟୀଙ୍କ ପ୍ରତିମୂର୍ତ୍ତିର ଅନାବରଣ କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଏହାସହ ସେଠାରେ ଆଇସିୟ ଓଟି ଓ କ୍ୟାଥୋଲ୍ୟାବ୍‌ ଉଦଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.