Below header

ଶୀତୁଆ ସକାଳେ ପରଟା ସହ ବନାନ୍ତୁ ଚଟପଟା ମେଥି ଛୋଲେ

ଶୀତଦିନେ ସକାଳ ଜଳଖିଆରେ ଯଦି କିଛି ଗରମାଗରମ ଏବଂ ଚଟପଟା ଖାଇବାକୁ ମିଳିଯାଏ ତାହେଲେ ଦିନର ଆରମ୍ଭ ବହୁତ ଭଲ ହୋଇଯାଏ । ସାଧାରଣତଃ ପରଟା ସହ କିଛି ଚଟପଟା ଖାଇବାକୁ ଇଛା ହୋଇଥାଏ । ତାହେଲେ ଏବେ ଆପଣ ଜଳଖିଆରେ ପରଟା ସହିତ ଯଦି କିଛି ଚଟପଟା ବନାଇବାକୁ ଚେଷ୍ଟା କରୁଛନ୍ତି ତାହେଲେ ଆଜି ହିଁ ଘରେ ବନାନ୍ତୁ ମେଥି ଛୋଲେ । ଯାହାକି ବଡ଼ମାନଙ୍କଠୁ ନେଇ ପିଲାମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସିବ । ତାହେଲେ ଆସନ୍ତୁ ଜାଣିବା ଚଟପଟା ମେଥି ଛୋଲେର ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକୀୟ ସାମଗ୍ରୀ

Image result for fenugreek chole

ମେଥିଶାଗ ୨ କପ, ଘିଅ ୧ ଚାମଚ, ଜିରା, ତେଜପତ୍ର, ପିଆଜ ୨ଟା, ରସୁଣ ୬ ପାଖୁଡା, ଅଦା ଅଳ୍ପ, କଞ୍ଚାଲଙ୍କା, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ, ଗରମ ମସଲା ପାଉଡର, ଧନିଆ ପାଉଡର, ଟମାଟୋ ୨ଟି ଓ ଲୁଣ ସ୍ବଦାନୁସାରେ ।

ପ୍ରସ୍ତୁତି ପ୍ରଣାଳୀ

Image result for fenugreek chole

ମେଥି ଛୋଲେ ପ୍ରସ୍ତୁତ କରିବା ପାଇଁ କାବୁଲିବୁଟକୁ ରାତିସାରା ପାଣିରେ ଭିଜାଇ ରଖିଦିଅନ୍ତୁ । ସକାଳୁ ସେଥିରୁ ପାଣି ବାହାର କରି ଟିକିଏ ଲୁଣ ପକାଇ ଅଳ୍ପ ସିଝାଇ ଦିଅନ୍ତୁ । ଏହାପରେ ଏକ କଡେଇରେ ଟିକିଏ ଘିଅ ଗରମକରି ସେଥିରେ ତେଜପତ୍ର ପକାନ୍ତୁ । ତାପରେ ସେଥିରେ କଟା ଅଦା, ରସୁଣ ଓ କଞ୍ଚାଲଙ୍କା ପକାଇ ଟିକିଏ ଭାଜିଦିଅନ୍ତୁ । ବର୍ତ୍ତମାନ କଡେଇରେ ପିଆଜ ପକାଇ ଏହା ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ତାପରେ ସେଥିରେ ଲୁଣ, ହଳଦୀ ଓ କଟା ଟମାଟୋ ପକାଇଦିଅନ୍ତୁ ଏବଂ ଟିକିଏ ସିଝିବାକୁ ଛାଡ଼ିଦିଅନ୍ତୁ । ତାପରେ ସେଥିରେ ମେଥିପତ୍ର, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ, ଗରମ ମସଲା ସହିତ ପୂର୍ବରୁ ସିଝାଇ ରଖିଥିବା ଛୋଲେକୁ ପକାଇ ଦିଅନ୍ତୁ । ତାପରେ ଏଥିରେ ଆବଶ୍ୟକ ଅନୁସାରେ ଲୁଣ ପକାଇ ୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଶେଷରେ କଟା ଧନିଆପତ୍ର ପକାଇ ପରଟା ସହ ଗରମ ଗରମ ସର୍ଭ କରନ୍ତୁ ମେଥି ଛୋଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.