ଖୋର୍ଦ୍ଧା(କେନ୍ୟୁଜ୍): ଆଜିଠାରୁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍କୁଲକୁ ଅଚାନକ ପରିଦର୍ଶନରେ ଯିବେ ସ୍ୱତନ୍ତ୍ର ସ୍କ୍ଵାଡ୍। ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ର ଓଜନକୁ ନେଇ ସୁପ୍ରିମକୋର୍ଟଙ୍କ ଗାଇଡ୍ ଲାଇନ ପାଳନ ହେଉଛି କି ନାହିଁ ସେ ନେଇ ତଦାରଖ କରିବେ। ଏହି ସ୍କ୍ଵାଡ୍ ପିଲାଙ୍କ ସ୍କୁଲ ବ୍ୟାଗ ଯାଞ୍ଚ ସହ ନିୟମ ପାଳନ ହେଉଛି କି ଦେଖିବେ। ଏହାସହ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ରିପୋର୍ଟ ଦେବେ। ଜିଲ୍ଲା ଶିକ୍ଷା ଅଧିକାରୀ ଏ ନେଇ ସବୁ ବ୍ଲକ ଶିକ୍ଷାଧିକାରୀଙ୍କ ସହ ସବୁ ସ୍କୁଲର ପ୍ରିନ୍ସପାଲ ଓ ପ୍ରଧାନଶିକ୍ଷକଙ୍କୁ ପତ୍ର ଲେଖିଛନ୍ତି। ନିୟମ ମୁତାବକ କ୍ଲାସ ୱାନରୁ କ୍ଲାସ ଟୁ ମଧ୍ୟରେ ଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗର ଓଜନ ଦେଢ଼ କେଜିରୁ ଅଧିକ ହେବ ନାହିଂ। କ୍ଲାସ ଥ୍ରୀରୁ କ୍ଲାସ ଫାଇଭ ମଧ୍ୟରେ ଥିବା ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ୨ରୁ ୩ କେଜି ମଧ୍ୟରେ ରହିବ। ପଞ୍ଚମ ଠାରୁ ସପ୍ତମ ଶ୍ରେଣୀ ମଧ୍ୟରେ ସ୍କୁଲ ବ୍ୟାଗର ଓଜନ ୪କିଲୋରୁ ଅଧିକ ହେବ ନାହିଁ। ସେହିପରି ଅଷ୍ଟମ ଓ ନବମ ଶ୍ରେଣୀ ପାଇଁ ସାଢେ ୪କିଲୋ ଓ ଦଶମ ଶ୍ରେଣୀ ପାଇଁ ୫କିଲୋରୁ ଅଧିକ ଓଜନ ହେବ ନାହିଁ ବୋଲି କୁହାଯାଇଛି।
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…