ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍‌ର ଓଜନକୁ ତଦାରଖ କରିବା ପାଇଁ ଆଜି ଖୋର୍ଦ୍ଧାର ବିଭିନ୍ନ ସ୍କୁଲ ପରିଦର୍ଶନ କରିବ ସ୍ୱତନ୍ତ୍ର ସ୍କ୍ଵାଡ୍‌

ଖୋର୍ଦ୍ଧା(କେନ୍ୟୁଜ୍): ଆଜିଠାରୁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍କୁଲକୁ ଅଚାନକ ପରିଦର୍ଶନରେ ଯିବେ ସ୍ୱତନ୍ତ୍ର ସ୍କ୍ଵାଡ୍‌। ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍‌ର ଓଜନକୁ ନେଇ ସୁପ୍ରିମକୋର୍ଟଙ୍କ ଗାଇଡ୍‌ ଲାଇନ ପାଳନ ହେଉଛି କି ନାହିଁ ସେ ନେଇ ତଦାରଖ କରିବେ। ଏହି ସ୍କ୍ଵାଡ୍‌ ପିଲାଙ୍କ ସ୍କୁଲ ବ୍ୟାଗ ଯାଞ୍ଚ ସହ ନିୟମ ପାଳନ ହେଉଛି କି ଦେଖିବେ। ଏହାସହ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ରିପୋର୍ଟ ଦେବେ। ଜିଲ୍ଲା ଶିକ୍ଷା ଅଧିକାରୀ ଏ ନେଇ ସବୁ ବ୍ଲକ ଶିକ୍ଷାଧିକାରୀଙ୍କ ସହ ସବୁ ସ୍କୁଲର ପ୍ରିନ୍‌ସପାଲ ଓ ପ୍ରଧାନଶିକ୍ଷକଙ୍କୁ ପତ୍ର ଲେଖିଛନ୍ତି। ନିୟମ ମୁତାବକ କ୍ଲାସ ୱାନରୁ କ୍ଲାସ ଟୁ ମଧ୍ୟରେ ଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗର ଓଜନ ଦେଢ଼ କେଜିରୁ ଅଧିକ ହେବ ନାହିଂ। କ୍ଲାସ ଥ୍ରୀରୁ କ୍ଲାସ ଫାଇଭ ମଧ୍ୟରେ ଥିବା ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ୨ରୁ ୩ କେଜି ମଧ୍ୟରେ ରହିବ। ପଞ୍ଚମ ଠାରୁ ସପ୍ତମ ଶ୍ରେଣୀ ମଧ୍ୟରେ ସ୍କୁଲ ବ୍ୟାଗର ଓଜନ ୪କିଲୋରୁ ଅଧିକ ହେବ ନାହିଁ। ସେହିପରି ଅଷ୍ଟମ ଓ ନବମ ଶ୍ରେଣୀ ପାଇଁ ସାଢେ ୪କିଲୋ ଓ ଦଶମ ଶ୍ରେଣୀ ପାଇଁ ୫କିଲୋରୁ ଅଧିକ ଓଜନ ହେବ ନାହିଁ ବୋଲି କୁହାଯାଇଛି।

Leave A Reply

Your email address will not be published.