କଟକରେ ପୁଣି ଏନକାଉଣ୍ଟର, ଗୁଳିମାଡ଼ରେ ଟିଟୋର ସହଯୋଗୀ ବୁଦ୍ଧିଆ ଦାସ ଆହତ

କଟକ(କେନ୍ୟୁଜ୍): କଟକରେ ପୁଣି ଏନକାଉଣ୍ଟର । ଗୁଳିମାଡ଼ରେ ଟିଟୋର ସହଯୋଗୀ ବୁଦ୍ଧିଆ ଦାସ ଆହତ । ତାର ଡାହାଣ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କଟକ SCBରେ ଭର୍ତ୍ତି କରାଯାଇଛି । ତା’ ନିକଟରୁ ପିସ୍ତଲ ସହ ୨ଟି ଗୁଳି ଜବତ କରାଯାଇଛି। ଆଜି ଭୋର ସମୟରେ ବୁଦ୍ଧିଆ ଜାତୀୟ ଆଇନ ବିଦ୍ୟାଳୟ ଦେଇ ଯାଉଥିବା ଖବର ପାଇ ପୋଲିସ ତା ପିଛା କରୁଥିଲା। ହେଲେ ସେ ପୋଲିସ ଉପରକୁ ଗୁଳି ମାରି ଖସି ଯିବାକୁ ଚେଷ୍ଟା କରିଥିଲା । ପୋଲିସ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା । ଗୁଳିମାଡରେ କନେଷ୍ଟବଳ ବିଶ୍ୱଜିତ ସାମନ୍ତରାୟ ଆହତ ହୋଇଛନ୍ତି। ବୁଦ୍ଧିଆ ନାଁରେ ବିଭିନ୍ନ ଥାନାରେ ୩୦ରୁ ଊର୍ଦ୍ଧ୍ୱ ମାମଲା ରହିଛି।

Leave A Reply

Your email address will not be published.